ପିଇବା ପାଣିରୁ ବଂଚିତ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ

Spread the love

ବାରିପଦା, 08.12.2020  (ଲିଙ୍ଗରାଜ ପଣ୍ଡା) -ବାରିପଦା ବ୍ଲକ ଅନ୍ତର୍ଗତ ରଜାବସା ଫଚାୟତର ଚାରୋଟି ଗ୍ରାମର ଶତାଧୁକ ଗ୍ରାମବାସୀ ଗ୍ରାମୀଣ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗର ଅବହେଳା ଯୋଗୁଁ ପାଇପ ଲାଇନ ନିର୍ମାଣ ସଂପୂର୍ଣ୍ଣ ହୋଇ ପାରୁ ନ ଥିବାରୁ ଚାରି ବର୍ଷ ଧରି ପିଇବା ପାଣି ପାଇବାରୁ ବଂଚିତ ହେଉଥିବା ପ୍ରତିବାଦରେ ଆଜି ରଜାବସା ଫଚାୟତ କାର୍ଯ୍ୟାଳୟକୁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ତାଲା ବନ୍ଦ କରି ରଖୁବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରଜାବାସ ଫଚାୟତ ଅନ୍ତର୍ଗତ ଚାରୋଟି ଗ୍ରାମ ରଜାବସା, ଝିଲିମିଲି, ଟେଣ୍ଟସାହି ଓ ଶାଳବଣୀର ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ ଫଚାୟତ ମହକୁମା ରଜାବସାଠାରେ ପାଣି ଟାଙ୍କି ନିର୍ମାଣ ହୋଇ ସାରିଥିଲେ ମଧ୍ୟ ଚାରି ବର୍ଷ ଧରି ପାଇପ ଲାଇନ ନିର୍ମାଣ ସଂପୂର୍ଣ୍ଣ କରାଯାଉ ନ ଥିବାରୁ ଏହି ଚାରୋଟି ଗ୍ରାମର ପାଞ୍ଚ ଶହରୁ ଉଦ୍ଧ ଗ୍ରାମବାସୀ ପିଇବା ପାଣିରୁ ବଂଚିତ ହୋଇ ରହୁଥିବା ସହିତ ବିଶୁଦ୍ଧ ପିଇବା ପାଣି ନ ପାଇଁ ଗ୍ରାମବାସୀ ନାନାଭାବେ ଅସୁସ୍ଥ ହେଉଥିବାର  ଦର୍ଶାଇଛନ୍ତି । ସରପଞ୍ଚ ଅମିକା ହେମ୍ବମ ଓ ୱାର୍ଡ ମେମ୍ବର ବୁଧୁରାମ ମାଣ୍ଡିଙ୍କ ନେତୃତ୍ବରେ ଚନ୍ଦନ ସୋରେନ, ଡମାନ ବେଶ୍ର, ରୁହିଆ ହେମ ପ୍ରମୁଖଙ୍କ ନେତୃତ୍ବରେ ଚାଲିଥିବା ଏହି ଆନ୍ଦୋଳନ ସ୍ଥଳରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପହଞ୍ଚି ୧୦ ଦିନ ମଧ୍ୟରେ ପାଇପ ଲାଇନ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ପିଇବା ପାଣି ଯୋଗାଇ । ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ପ୍ରତିଶ୍ରୁତି ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Related Posts

About The Author

Add Comment