ପିଇଓ ସ୍ମିତାରାଣୀଙ୍କ ସ୍ମୃତିରେ ମହମବତୀ ଶୋଭାଯାତ୍ରା

Spread the love

ଧର୍ମଶାଳା, ୨୩/୧୦ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଲକ୍ ହରିଦାସପୁର ପଂଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନେ୍ଦହଜନକ ମୃତୁ୍ୟରେ ତାଙ୍କ ଗାଁ ଚୋରମୁହାଁରେ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ମିତାରାଣୀଙ୍କ ଘର ନିକଟରୁ ଏହି ମହମବତୀ ଶୋଭାଯାତ୍ରା ବାହାରି ଧର୍ମଶାଳା ବଜାର ପରିକ୍ରମା କରିଥିଲା ।ଯୁବସଂଗଠକ ରାକେଶ ଦାସ, ପ୍ରଦୁ୍ୟମ୍ନ ମହାନ୍ତି, ସୁଶାନ୍ତ କୁମାର ବେହେରା, ଗୈାରାଙ୍ଗ ମହାନ୍ତି, ପ୍ରଦୀପ କୁମାର ପଣ୍ଡିତ, ସତ୍ୟନାରାୟଣ ଆଚାର୍ଯ୍ୟ, ଧନଞ୍ଜୟ ପ୍ରଧାନ, ସୂର୍ଯ୍ୟକାନ୍ତ ରାଉତ, ବିଶ୍ୱରଞ୍ଜନ ମହାନ୍ତି, ପ୍ରକାଶ ମହାନ୍ତି, ଅଜୟ ଦାସ, ପ୍ରବୋଧ ପାତ୍ର, ପରମାନନ୍ଦ ରାଉତ, ସେକ୍ ରାଜୁ, ପୀତବାସ ବାରିକ ପ୍ରମୁଖ ଯୋଗଦେଇ ସ୍ମିତାରାଣୀଙ୍କ ସିବିଆଇ ତଦନ୍ତ ଦାବି କରିବା ସହ ତାଙ୍କ ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ ।

Related Posts

About The Author

Add Comment