ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ତଦନ୍ତ କରିବ ମୃତ୍ୟୁ, କ୍ରାଇମବ୍ରାଞ୍ଚ, ସିବିଆଇ ନା ବିଚାରବିଭାଗ

Spread the love

ଧର୍ମଶାଳା, ୨୯/୧୦ (ସନ୍ଧାନ ନିଉଜ) : ଯାଜପୂର ଜିଲ୍ଲା ସମେତ ସମଗ୍ର ଓଡିଶାର ବହୁ ଚର୍ଚ୍ଚିତ ଧର୍ମଶାଳା ବ୍ଲକ୍ ହରିଦାସପୁର ପଂଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତୁ୍ୟ ମାମଲା ଏବେ ନୂଆ ଏକ ମୋଡ ନେବାକୁ ଯାଉଛି । ତଦନ୍ତରେ କେତେକ ଦିଗକୁ ଦୃଷ୍ଟି ଦିଆଯାଉନଥିବାରୁ ଏହି ବହୁ ଚର୍ଚ୍ଚିତ ଘଟଣାର କ୍ରାଇମ୍ବ୍ରାଂଚ ତଦନ୍ତ ପାଇଁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ପୁଲିସ୍ ଡିଜିଙ୍କୁ ସୁପାରିଶ କରିବେ ବୋଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପୂର୍ବରୁ ବିରୋଧି ଦଳ ଓ କର୍ମଚାରୀ ସଂଘ ପ୍ରଶ୍ନବାଚୀ ଲଗାଇଥିଲା । ମୃତ ସ୍ମିତାରାଣୀଙ୍କ ପରିବାର, ବିରୋଧି, ବିଜେପି, କଂଗ୍ରେସ ଓ କର୍ମଚାରୀ ସଂଘ ଯାଜପୁର ପୁଲିସ୍ ଉପରୁ ଆସ୍ଥା ହରାଇ ଘଟଣାର ସିବିଆଇ ଓ ବିଚାର ବିଭାଗୀୟ ତଦନ୍ତ ଦାବୀ କରି ଆସୁଛି । ଏହି ଘଟଣାର ତଦନ୍ତ ଭାର କିଏ ନେଇଛି ? ତାକୁ ନେଇ ସାଧାରଣରେ ଉସôୁକତା ସୃଷ୍ଟି ହୋଇଛି । ଚଳିତ ମାସ ୧୬ ତାରିଖରେ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତୁ୍ୟ ପରେ ଯାଜପୁର ଏସ୍ପି ଚରଣ ସିଂ ମୀନା ୧୯ ତାରିଖରେ ଗଣମାଧ୍ୟମକୁ ଘଟଣା ସଂପର୍କରେ ଦେଇଥିବା ସୂଚନା ଗାଁଠାରୁ ରାଜଧାନୀ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ତୁମ୍ବିତୋଫାନ କରିଥିଲା ବେଳେ ସିବିଆଇ ତଦନ୍ତ ଦାବିରେ ଗତ ୨୧ ତାରିଖରେ ଯାଜପୁର ଜିଲ୍ଲା ବନ୍ଦ ଆନେ୍ଦାଳନ, ୨୬ ତାରିଖରେ ଜିଲ୍ଲାର ସମସ୍ତ ଥାନାରେ ଏସ୍ପିଙ୍କ ବିରୋଧରେ ଏତଲା ଦେଇଥିବା ବେଳେ ୨୮ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରସ୍ଥିତ ତୋଷାଳୀ ଭବନ ମହିଳା କମିଶନଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ତାଙ୍କର ଇସ୍ତଫା ଦାବି କରିଥିଲେ । ସେହିପରି କଂଗ୍ରେସ ପକ୍ଷରୁ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘଟଣାର ସିବିଆଇ ତଦନ୍ତ ଓ ଏସ୍ପିଙ୍କ ବଦଳି ଦାବି କରିଥିଲେ ।

Related Posts

About The Author

Add Comment