ବାରିପଦା, 4/11 (ସନ୍ଧାନ ନ୍ୟୁଜ୍) :- ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲର ଭେଷଜ ବିଭାଗରେ ଚିକିତ୍ସାଧୀନ ଥିବା ଜଣେ କଲେଜ ଛାତ୍ରୀ(୧୭) ଙ୍କର ଗତ ୨ ତାରିଖ ପୂର୍ବାହ୍ନ ୭ଟା ୧୦ରେ ମୃତ୍ୟୁ ଘଟିଥିଲା । ଏଣୁ ମୃତକାଙ୍କ ପରିବାରଙ୍କ ପକ୍ଷରୁ ଚିକିତ୍ସାଧୀନ ରୋଗୀଙ୍କୁ ରକ୍ତ ଦିଆ ନ ଯିବା ସହ ଚିକିତ୍ସାରେ ଅବହେଳା ଆଦି ବିଭିନ୍ନ । ଅଭିଯୋଗ କରାଯାଇ ମୃତ ରୋଗୀଙ୍କୁ କଲେଜ ହସ୍ପିଟାଲର ମୁଖ୍ୟ ଫାଟକ ସମ୍ମୁଖରେ ରଖ ଧାରଣା ଦିଆଯାଇଥିଲା । ଏହି ଘଟଣାକୁ ନେଇ ମେଡିକାଲ କଲେଜ ପରିସରରେ ପ୍ରବଳ ଉତ୍ତେଜନା ଲାଗି ରହିଥିବା ପରିପ୍ରେକ୍ଷୀରେ ମେଡ଼ିକାଲ କଲେଜର ସୁପରିଟେଣ୍ଡଣ୍ଟ ପ୍ରଫେସର ଡା, ବୈକୁଣ୍ଠ ନାଥ ମହାପାତ୍ରଙ୍କୁ ମାରଧର ଆଦି କରାଯାଇଥିବା ନେଇ ସୁପରିଟେଣ୍ଡଣ୍ଟ ଡା. ମହାପାତ୍ରଙ୍କ ପକ୍ଷରୁ ବାରିପଦା ଟାଉନ ଥାନାରେ ତାଙ୍କ କାର୍ଯ୍ୟାଳୟର ୩୩୧୭ ନମ୍ବରର ଚିଠି ଅନୁଯାୟୀ ଗତ ୨ ତାରିଖ ଦିନ ଅଭିଯୋଗ କରାଯାଇଥିବା ଜଣାଯାଇଛି । ଅଭିଯୋଗରେ ଦର୍ଶାଯାଇଛି ଯେ ମୃତ ରୋଗୀଙ୍କର । ମେଡିକାଲ କଲେଜ ହସ୍ପିଟାଲର ସୁପରିଟେଣ୍ଡଭାବେ ସେ ଦାୟିତ୍ବ ନେବା ସହିତ ଘଟଣାର ସଠିକ ତଦନ୍ତ ସକାଶେ । ମୃତକାଙ୍କ ପରିବାରଙ୍କୁ କଥାବାର୍ତ୍ତା ଜରିଆରେ ସହଯୋଗ ଲୋଡ଼ିଥିଲେ ଏବଂ ଏହି ଆଲୋଚନା ମେଡିକାଲ କଲେଜ ହଟାଲର ମ୍ୟାନେଜରଙ୍କ ଚେମ୍ବରରେ କରାଯାଉଥିବା ବେଳେ ତାଙ୍କ ସହିତ ଭେଷଜ ବିଭାଗର ୩ ନମ୍ବର ୟୁନ ମୁଖ୍ୟ । ତଥା ଆସୋସିଏଟ ପ୍ରଫେସର ପିକେ ରାଠୋର ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଉକ୍ତ ‘ କରିଥିବା ଦଳେ ଲୋକଙ୍କୁ ସେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ! ହସ୍ପିଟାଲର ମୁଖ୍ୟ ଫାଟକ ନିକଟକୁ ଟାଣି ଟାଣି ନିଆଯାଇଥିବା ସହିତ ତାଙ୍କର ସାଟିକୁ ମଧ୍ୟ ଟର ବିଆ କର ସାଟକ ମଧ୍ୟ ଚିରି ଦିଆଯାଇଥିଲା ଏବଂ ଜନସାଧାରଣଙ୍କ ସମ୍ମୁଖରେ ତାଙ୍କୁ ଅଶ୍ମୀଳ ଭାଷାରେ ଦୁବ୍ୟବହାର କରାଯାଇଥିବାର ମଧ୍ୟ ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଏ ୨୦୦୨ ୩୦୩ ୫ତନ ଥାନାରେ ୭୬୧/୨୦ ନମ୍ବରର ଏକ ମାମଲା ଭାରତୀୟ ଦଣ୍ଡବିଧ ଆଇନ ୧୪୩, ୩୦୭, ୪୨୭, ୨୯୪, ୧୮୬, ୨୬୯, ୨୭୦ ଓ ୧୪୯ ଦଫା; ବିପର୍ଯ୍ୟୟ ପରିଚାଳନା ଆଇଉ ୫୧ ଧାରା ଏବଂ ମେଡିକେୟାର ସର୍ଭିସ ପାସ ଏଣ୍ଡ ମେଡିକେୟାର ସର୍ଭିସ ଇନ୍ଷ୍ଟିଚ୍ୟୁସନ୍ନ ଆଇନ-୨୦୦୮ର ୩ ଧାରାରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟ ପକ୍ଷରେ ମୁତ ରୋଗୀଙ୍କ ପିତା । ଶ୍ୟାମାଖୁଣ୍ଟା ବ୍ଲକର ସପନଟୁଆ ଗ୍ରାମର ସୁନାରାମ ପାତ୍ରଙ୍କ ପକ୍ଷରୁ ବାରିପଦା ଟାଉନ ଥାନାରେ କରାଯାଇଥିବା ଅଭିଯୋଗ ଅନୁଯାୟୀ ତାଙ୍କର ଏକମାତ୍ର ସନ୍ତତି ଝିଅଙ୍କର ଚିକିତ୍ସାରେ ଡାକ୍ତର ତଥା ଷ୍ଟାଫମାନଙ୍କର ଅବହେଳା ଯୋଗୁଁ ମୃତ୍ୟୁ ଘଟିଥିବାର ଉଲ୍ଲେଖ କରାଯାଇଛି। ଏ ସଂପର୍କରେ ବାରିପଦା ଟାଉନ ଥାନାରେ ୭୫୯/୨୦ ନମ୍ବରର ଏକ ମାମଲା ଭାରତୀୟ ଦଣ୍ଡବିଧ ଆଇନର ୨୯୪, ୩୪୪(କ) ଓ ୩୪ ଦଫାରେ ରୁଜୁ ହୋଇଛି । ଉଭୟ ମାମଲାର ତଦନ୍ତ ପୁଲିସ ଏସଆଇ ବଦ୍ରିକାନାଥ ବେହେରାଙ୍କ ଦ୍ବାରା ଚାଲିଥିବା ଜଣାଯାଇଛି। ପରବର୍ତ୍ତୀ ସମ୍ବାଦରୁ ମିଳିଥିବା ସୂଚନା ଅନୁଯାୟୀ ପିଆରଏମ ମେଡିକାଲ କଲେଜ ହସ୍ପିଟାଲ ଅଧୀକ୍ଷକଙ୍କୁ ମାରଧର ଅଭିଯୋଗରେ ରଜୁ ହୋଇଥିବା ୭୬୧/୨୦ ନମ୍ବର ମାମଲାରେ ବାରିପଦା ଟାଉନ ପୁଲିସ ଦ୍ବାରା ଲକ୍ଷ୍ମୀ ପାତ୍ର(୪୦), ଲକ୍ଷ୍ମୀ ବିନ୍ଧାଣୀ(୬୦) ପନି । ପାତି(୫୨) ଓ ନିର୍ମଳ କୁମାର ପ୍ରଧାନ(୪୮) ଚାରି ଜଣ ଆଜି ଗିରଫ ହୋଇଥିବାର ଏସପି ସ୍କିତ ପି ପାରମାରଙ୍କ ଦ୍ବାରା ୯ଟା ୪୩ରେ ହ୍ଵାଟସଆପ ମାଧ୍ୟମରେ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଛି ।
ପିଆରଏମ ମେଡିକାଲ କଲେଜ ହସ୍ପିଟାଲ ଅଧୀକ୍ଷକଙ୍କୁ ମାଡ ୪ ଗିରଫ
|
November 4, 2020 |