ତିହିଡ଼ି: ୧୬/୨/୨୬ (ସନ୍ଧାନ ନ୍ୟୁଜ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ବ୍ରାହ୍ମଣ ଶାସନ ର ବାଟେଶ୍ୱର୍ ମହାଦେବଙ୍କ ଜାଗର ମେଳା ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଆସି ପ୍ରଭୁ ଙ୍କୁ ଦର୍ଶନ କରି ଥିଲେ। ଦିନ ତମାମ ମନ୍ଦିର ରେ ଭିଡ ଲାଗି ରହିଥିଲା। ସନ୍ଧ୍ୟା ସମୟରେ ମା ମଙ୍ଗଳା ଅର୍କ୍ରେଷ୍ଟା ଭଜନ ପରିବେଷଣ କରିଥିଲେ। ବିଶିଷ୍ଟ କଣ୍ଠ ଶିଳ୍ପୀ ଅଶୋକ ନାୟକ, ଅସିତ୍ ନାୟକ, ଶାନ୍ତନୁ କୁମାର ନାୟକ ଓ ଅନ୍ତର୍ଯ୍ୟାମୀ ନାୟକ ଙ୍କ ଭକ୍ତି ସଙ୍ଗୀତ ଭକ୍ତ ମାନଙ୍କ ମନ ମୋହି ନେଇଥିଲା। ବାଦଲ କୁମାର ଦାସ ଙ୍କ ବାଦ୍ୟ ବେଶ୍ ପ୍ରଶଂସିତ ହୋଇ ଥିଲା। କମିଟି ସଭାପତି ଯନ୍ମଜୟ ନନ୍ଦ, ସମ୍ପାଦକ ଦେବବ୍ରତ ଶତପଥୀ, କ୍ଷୀରୋଦ ଶତପଥୀ, ରିତାଞ୍ଜଳି ଶତପଥୀ, ଦୀପ୍ତି ରଞ୍ଜନ ଶତପଥୀ, ଶକ୍ତି ରଞ୍ଜନ ଶତପଥୀ, ବିବେକ ଶତପଥୀ, ଅବିନାଶ ଶତପଥୀ, କାଳନ୍ଦୀ ଶତପଥୀ, ହରେକୃଷ୍ଣ ଶତପଥୀ, ବସନ୍ତ ଶତପଥୀ, ଆକାଶ ଶତପଥୀ, ମାନସ ଶତପଥୀ, ମନୋଜ ଶତପଥୀ ଓ ବହୁ ଗ୍ରାମ ବାସି ଉପସ୍ଥିତ ରହି ଜାଗର ଯାତ୍ରା ର ସୂ ପରିଚାଳନା କରିଥିଲେ। ରାତି ଦଶ ଟା ବେଳକୁ ମହାଦୀପ ଉଠିଥିଲା। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ପାଳିଆ ବ୍ରାହ୍ମଣ ଶାସନ ରେ ବଟେ ସ୍ୱର ମହାଦେବ ଙ୍କ ଜାଗର ଯାତ୍ରା
|
February 16, 2026 |



