ପାରିବାରିକ ଗଣ୍ଡଗୋଳରେ ଯୁବକ ଗୁରୁତର

Spread the love

କେନ୍ଦ୍ରାପଡ଼ା୨/୬ (ସନ୍ଧାନ ନିୟୁଜ୍)-: ଏକ ପାରିବାରିକ କଳହକୁ ନେଇ ହଣାକଟା ହେବାରୁ ଜଣେ ଯୁବକ ଗୁରୁତ୍ୱର ଭାବେ ଆହତ ହୋଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଆଖୁଆ ପଞ୍ଚାୟତର ଜୋକିଆ ଗ୍ରାମର ନିରଞ୍ଜନ ବେହେରାଙ୍କ ପୁଅ ଅଶୋକଙ୍କୁ ପୂର୍ବ ଗଣ୍ଡଗୋଳକୁ ନେଇ ପଡୋଶୀ ପରିବାରର ତିନିଜଣ ଭୂଜାଲିରେ ଆକ୍ରମଣ କରିବାରୁ ତାଙ୍କର ଦୁଇହାତର ଏକାଧିକ ସ୍ଥାନରେ ଗୁରୁତର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପ୍ରଥମେ ଅଶୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଭିଯୋଗପାଇ ପାଟକୁରା ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ କରୁଥିବା ସୂଚନା ମିଳିଛି।

Related Posts

About The Author

Add Comment