ପାରିବାରିକ କହଳରୁ ଯୁବକ ନିଖୋଜ
ଯାଜପୁର ୨୭/୧୧ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣିଗଡ଼ ପଞ୍ଚାୟତ ଅଧିନ ଦର୍ପଣି ଗଡ଼ ଗ୍ରାମର ହୁର୍ସିକେଶ ବାରିକଙ୍କ ପୁଅ ଡମ୍ବରୁ ଧର ବାରିକ ୩୫ ସେ ଚଳିତ ମାସ ତିନି ତାରିଖ ଦିନ ସକାଳ ୭ ଟା ସମୟରେ କେଉଁଆଡ଼େ ଚାଲିଯାଇଛନ୍ତି ।ଘଟଣାରୁ ପ୍ରକାଶ ଡମ୍ବରୁ ଜଣେ ରାଜ ମିସ୍ତ୍ରୀ ଭାବେ କାମ କରନ୍ତି ।କୌଣସି କାରଣ ବସତ ତାଙ୍କ ପତ୍ନୀ ଗୀତା ବାରିକଙ୍କ ସହିତ କଳି ଝଗଡା ଲାଗିଥିଲା ପରିବାର ଲୋକେ ବୁଝା ସୁଝା କରି କଳିକୁ ଆୟତ୍ତ କରିଥିଲେ ହେଲେ ଡମ୍ବରୁ ୩ତାରିଖ ସକାଳୁ କାହାକୁ କିଛି ନକହି କେଉଁଆଡ଼େ ଚାଲିଯାଇଛନ୍ତି ,ବହୁ ଖୋଜା ଖୋଜି କରି ଡମ୍ବରୁର କୌଣସି ସନ୍ଧାନ ପାଇନଥିବାରୁ ଶେଷରେ ତାଙ୍କ ପତ୍ନୀ ଗୀତା ଧାନମଣ୍ଡଳରେ ଥିବା ପୋଲିସ ବିଟ୍ ହାଉସ୍ ରେ ଲିଖିତ ଅଭିଯୋଗ କରିଛନ୍ତି ।
Related Posts
About The Author