ଭୁବନେଶ୍ଵର ୨୨/୦୨ (ସନ୍ଧାନ ନିୟୁଜ) : ପାରାଦୀପରେ ପୋର୍ଟ ଜନସ୍ୱାସ୍ଥ୍ୟ ୟୁନିଟ୍ ଖୋଲିବା ପାଇଁ ପାରାଦୀପ ପୋର୍ଟ ଟ୍ରଷ୍ଟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପୋର୍ଟ ଚେୟାରମ୍ୟାନ ରିଙ୍କେଶ ରାୟଙ୍କ ଉପସ୍ଥିତିରେ ଇଷ୍ଟେଟ୍ ଅଫିସର ବିଶ୍ୱଜିତ ମିଶ୍ର ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ମନ୍ତ୍ରାଳୟର ରିଜୋଓନାଲ୍ ଡାଇରେକ୍ଟର ଡକ୍ଟର ଏସ୍.କେ. କର ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।
ସୂଚନା ଅନୁଯାୟୀ ମଧୁବନ ଭୂୟାଁ ଛକରେ ଥିବା ପୁରୁଣା ଡିସ୍ପେନ୍ସାରୀ ହେବ ୪ ଶଯ୍ୟା ବିଶିଷ୍ଟ ଜନସ୍ୱାସ୍ଥ୍ୟ ୟୁନିଟ୍। ଜାହାଜର କ୍ରିଉମେମ୍ବରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ବିଦେଶୀଙ୍କଠାରୁ କୌଣସି ଦୂରାରୋଗ୍ୟ ବ୍ୟାଧି ପାରାଦୀପ ଅଂଚଳରେ ଯେପରି ନବ୍ୟାପେ ସେଥିପ୍ରତି ଏହି ୟୁନିଟ୍ ଦୃଷ୍ଟି ଦେବ।