ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜାତିର ପିତା ସ୍ବର୍ଗତ ମହାତ୍ମା ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ

Spread the love

ପାରଳାଖେମୁଣ୍ଡି:  ୩/୨/୨୬ (ସନ୍ଧାନ ନ୍ୟୁଜ )   ଜାତୀର ପିତା ଶ୍ବର୍ଗିୟ ମହାତ୍ମାଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜାତୀର ପିତା ଶ୍ବର୍ଗିୟ ମହାତ୍ମାଗାନ୍ଧୀ ଙ୍କ ୭୭ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ମହାତ୍ମାଗାନ୍ଧୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ଗାନ୍ଧିଜୀ ଙ୍କ ନୀତି ଆଦର୍ଶ ବିଷୟରେ ଆଲୋଚନା କରିଥିଲେ। ବର୍ତ୍ତମାନ ମହାତ୍ମାଗାନ୍ଧୀ ଙ୍କ ନିତୀ ଆଦର୍ଶ କୁ ଅନୁପ୍ରାଣିତ ହୋଇ ଆଜିର କଂଗ୍ରେସ କମିଟି କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି। ଆଜି ର ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ନାରାୟଣ ପାତ୍ର, ଇଶ୍ୱର ଚନ୍ଦ୍ର ମାଝିଲବ ସାହୁ, ଦଣ୍ଡ ପଣ୍ଡା,ନୀରାକାର ପାଣିଗ୍ରାହୀ, ଜନାର୍ଦ୍ଦନ ରାଓ,ଲକି ପାତ୍ର, ଲୋକେଶ ବରାଡ,ମୁନା ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ କୁ ବସନ୍ତ କୁମାର ପଣ୍ଡା ନଗର କଂଗ୍ରେସ ସଭାପତି ଙ୍କ ଦ୍ଵାରା ପରିଚାଳିତ ହୋଇଯାଇଛି।

Related Posts

About The Author

Add Comment