ଅହମଦାବାଦ୍, ୨୬/୦୩/୨୦୨୨ (ସନ୍ଧାନ ନିଉଜ) : ପାରମ୍ପାରିକ ଔଷଧ ଉପରେ ଗବେଷଣା କରିବା ପାଇଁ ବିଶ୍ୱର ପ୍ରଥମ ବିଶ୍ୱସ୍ତରୀୟ କେନ୍ଦ୍ର ଗୁଜୁରାଟର ଜାମନଗରରେ ପ୍ରତିଷ୍ଠା ହେବାକୁ ଯାଉଛି । ଏଥିପାଇଁ ଗତକାଲି ଜେନେଭାରେ ଆୟୁଷ ବିଭାଗ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି । ଡବ୍ଲୁଏଚଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୂଯାଇ ଏହି ଯୋଜନାରେ ୨୫୦ ମିଲିୟନ୍ ଡଲାର ଖର୍ଚ୍ଚ ହେବାକୁ ଯାଉଛି । ଆୟୁଷ୍ମାନ ମନ୍ତ୍ରଣାଳୟର ସଚିବ ପଦ୍ମଶ୍ରୀ ବୈଦ୍ୟ ରାଜେଶ କୋଟେଚା ଏବଂ ଡକ୍ଟର ଟେଡ୍ରୋସ୍ ଆଦନୋମ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଦକ୍ଷେପ ସମ୍ପର୍କରେ କହିଛନ୍ତି ଯେ ଗୁଜୁରାଟର ଜାମନଗରରେ ପ୍ରତିଷ୍ଠା ହେବାକୁ ଥିବା ଗ୍ଲୋବାଲ ସେଣ୍ଟର ବିଶ୍ୱକୁ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଇିଶ୍ୱର ଏହି ପ୍ରଥମ ଗ୍ଲୋବାଲ୍ ସେଣ୍ଟର ପ୍ରତିଷ୍ଠା ପାଇଁ ଭୁମି ପୂଜନ ୨୧ ଏପ୍ରିଲରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପିଏମ ମୋଦି ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି ।
ପାରମ୍ପାରିକ ଔଷଧ ଉପରେ ଗବେଷଣା କରିବା ପାଇଁ ଗୁଜୁରାଟରେ ପ୍ରତିଷ୍ଠା ହେବ ବିଶ୍ୱର ପ୍ରଥମ ଗ୍ଲୋବାଲ ସେଣ୍ଟର
|
March 26, 2022 |
