ପାନୀୟ ଜଳପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଜନ ସାଧାରଣ ଉପକାର ପାଇବାରୁ ବଞ୍ଚିତ, ଜନ ସାଧାରଣ ଅସନ୍ତୋଷ l

Spread the love

ସୁନ୍ଦରଗଡ଼ ତା:୨୧-0୯-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ବନଡେଗା ଗ୍ରାମ ପଞ୍ଚାୟତ କିଲକିଲା ଛକ ଠାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜନ ସାଧାରଣ ଙ୍କ ସୁବିଧା ପାଇଁ ଆରୋ ପ୍ଲାନ କରି ପିଇବା ପାଣି ପାଇଁ ସୁବିଧା କରିଛନ୍ତି କିନ୍ତୁ ପଞ୍ଚାୟତ ର ଅବହେଳା ପାଇଁ ଉକ୍ତ ଆରୋ ପ୍ଲାନ ରେ ପିଇବା ପାଇଁ ପାଣି ର ସୁବିଧା ହୋଇ ପାରୁ ନ ଥିବା ଜନ ସାଧାରଣ ପ୍ରକାଶ କରିଛନ୍ତି l ଛକ ଜାଗା ଥିବା ସଙ୍ଗେ ବସ ପ୍ରତୀକ୍ଷା ଲୟ ଓ ପାଖରେ ଏକଲ ବିଦ୍ୟାଳୟ ଥିବା ବେଳେ ଏହି ଛକ କୁ ଚାରି ଦିଗରୁ ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ଛକ କୁ ଆସିଥାନ୍ତି l ପାଣି ମୁନ୍ଦାଏ ମିଳିବ ବୋଲି ଆଶା କରିଥାନ୍ତି କିନ୍ତୁ ଏଠାରେ ପାଣି ମିଳିବା ବହୁ କଷ୍ଟ କର ଥିବାର ଦେଖିବାକୁ ମିଳିଛି l ଅତି ଶୀଘ୍ର ଏହି ଆରୋ ପ୍ଲାନ ଟି ମରାମତି କରିବା ପାଇଁ ଜନ ସାଧାରଣ ପ୍ରଶାସନ ଙ୍କୁ ଦାବି କରିଛନ୍ତି l

Related Posts

About The Author

Add Comment