ପାଣି ନିଷ୍କାସନ ପାଇଁ ପଞ୍ଚାୟତର ବାସୀଙ୍କ ମେଳି

Spread the love

ଚନ୍ଦନେଶ୍ଵର, ୨୧/୧୨/୨୦୨୦ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ପାଣି ନିଷ୍କାସନ ସମସ୍ୟା ଦକ୍ଷିଣ ଭୋଗରାଇବାସୀଙ୍କ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହେଲାଣି କେବଳ ବର୍ଷା ଦିନ ନୁହେଁ ; ତମାମ ବର୍ଷ ସାରା ଏବେ ପାଣ ଜମିଗୁଡ଼ିକରେ ପାଣି ଜମି ରହୁଛି । ଚାଷ ବାସ ସବୁ ଉଜୁଡ଼ି ଗଲାଣି । ବର୍ଷା ଋତୁରେ ଲଗାତାର ବର୍ଷା ହେଲେ‌ ରାସ୍ତାଘାଟରେ ପାଣି ଜମି ରହୁଛି । ବିଗତ କିଛି ବର୍ଷ ହେଲା ଏହି ସମସ୍ୟା ସୃଷ୍ଟି  ହୋଇଛି । ଲୋକଙ୍କର ଏହି ପ୍ରମୁଖ ମୌଳିକ ମୁଁ ସମସ୍ୟାକୁ ନେଇ ବିଭିନ୍ନ ପଞ୍ଚାୟତବାସୀ ଭୋଗରାଇ ବିଧାୟକଙ୍କ ଠାରୁ ଆରମ୍ଭ କରି ତହସିଲଦାର, ବିଡିଓ, ବାଲେଶ୍ଵର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କିଛି ସୁଫଳ ପାଉନାହାନ୍ତି । ଶେଷରେ ନିଜ ସମସ୍ୟା ନିଜେ ସମାଧାନ କରିବାକୁ ଅଣ୍ଟା ଭିଡୁଛନ୍ତି । ଏଥିପାଇଁ ରବିବାର ଅପରାହ୍ନ ରେ ଜଗନ୍ନାଥପୁର ପଞ୍ଚାୟତବାସୀ ନସ୍କରପୁର କାଳୀ ମନ୍ଦିର ପ୍ରାଙ୍ଗଣରେ ଏକ ଜରୁରି ବୈଠକ କରିଛନ୍ତି । ଆଗାମୀ ଗ୍ରୀଷ୍ମ ଋତୁ ସୁଦ୍ଧା ପଞ୍ଚାୟତ ଅଧୀନରେ ଥିବା ପାଣ୍ଠ ଜମିରୁ ପାଣି ନିଷ୍କାସନର ସୁବନ୍ଦୋବସ୍ତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ବିବରଣୀରୁ ପ୍ରକାଶ ; ଭୋଗରାଇରେ ବ୍ୟାପକ ବେଆଇନ ଚିଙ୍ଗୁଡ଼ି ଘେରି ବୃଦ୍ଧି ପାଇବାରେ ଲାଗିଛି । ଏହାଛଡ଼ା ସମୁଦ୍ରକୁ ପାଣି ନିଷ୍କାସନ ହେଉଥିବା ନାଳ, ଖାଳ ମୁହଁ ସବୁ ଉଚ୍ଚ ହୋଇଗଲାଣି । ବହୁ ଲୋକ ଚାଷ ଜମିମାନଙ୍କରେ ମାଟି ପକାଇ ଉଚ୍ଚ କରୁଛନ୍ତି । ଆଉ କେତେକ ପାଣି ନିଷ୍କାସନ ହେଉଥିବା ପୋଲ ମୁହଁ ସବୁ ଅବରୋଧ କରୁଛନ୍ତି । ପ୍ରଶାସନ କିନ୍ତୁ ଏ ବାବଦରେ ସମ୍ପୂର୍ଣ ନିଦାବିଷ୍ଣୁ । ଫଳରେ ପାଣି ନିଷ୍କାସନ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଦକ୍ଷିଣ ଭୋଗରାଇର ବାଜିତପୁର, ସାହାବାଜିପୁର, କଖଡା, ହୁଗୁଳି, ଗୋଛିଦା ତେଘରି, ଶଙ୍ଖାରି, ଟୁକୁରୀହାଜିରା, ବାରବାଟିଆ, ନିମାତପୁର, ପସରବିନ୍ଧା, ସୋହରିଆ, ଜଳସୋହରିଆ,ନେଇବସାଣ ଆଦି ପଞ୍ଚାୟତମାନଙ୍କରେ ହଜାର ହଜାର ହେକ୍ଟର ଚାଷ ଜମି ଉଭୟ ଖରିପ ଓ ରବି ଋତୁ ରେ ଧାନ ଚାଷ ହୋଇ ପାରୁ ନାହିଁ  ବହୁ ଜମିରେ ଏହି ରବି ଋତୁ ସମୟରେ ଲୋକେ ଲଙ୍କା, ବାଇଗଣ, ଚିନାବାଦାମ, କଖାରୁ ଆଦି ପନିପରିବା ଚାଷ କରୁଥିଲେ । ତାହା ମଧ୍ୟ ବନ୍ଦ ହୋଇଗଲାଣି । ପାଣି ନିଷ୍କାସନ ନହେବାରୁ ଜମି ସବୁ ଦଳ, ଝଞ୍ଜିରେ ପୂରି ରହିବା ସହିତ ଜୋକ ସାଲୁବାଲୁ ହେଉଛି । ବାରମ୍ବାର ଲୋକେ ଜନ ପ୍ରତିନିଧୂଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ଗୁହାରି କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ପାଇନାହାନ୍ତି । ନିଜ ସମସ୍ୟା ନିଜେ ସମାଧାନ କରିବାକୁ ଅଣ୍ଟା ଭିଡିଛନ୍ତି ଜଗନ୍ନାଥପୁର ପଞ୍ଚାୟତବାସୀ । ନସ୍କରପୁର ଭୋଗରାଇର : କାଳୀ ମନ୍ଦିର ପ୍ରାଙ୍ଗଣରେ ଏନେଇ ଆୟୋଜିତ ବୈଠକରେ ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ଦାସ ଅଧ୍ୟକ୍ଷତା କରିଥିଲେ । ପଞ୍ଚାୟତ ଅଧୀନ କାଳି ମଣ୍ଡଳ ପେଟ୍ରୋଲ ପମ୍ପ ଠାରୁ ପଥରେଶ୍ଵର ଖାଳ ପର୍ଯ୍ୟନ୍ତ ପାଣ୍ଡ ଜମି ସବୁରୁ ପାଣି ନିଷ୍କାସନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ନିଷ୍ପତ୍ତି ଅନୁଯାୟୀ ପ୍ରଥମେ ଆସନ୍ତା ବୁଧବାର ସମସ୍ତେ ଯାଇ ପାଣି ନିଷ୍କାସନ ହେଉ ନଥିବା ସ୍ଥାନ ସବୁ ବୁଲି ଦେବେ । ତାପରେ କାର୍ଯ୍ୟାନୁଷ୍ଠାନ ହେବ । ଏଥିରେ ପଞ୍ଚାୟତର ସମିତି ସଦସ୍ୟ ଗୁଣାଧର ଗିରି, ସରପଞ୍ଚଙ୍କ ପ୍ରତିନିଧ ନନିଗୋପାଳ ପାତ୍ର, ଶିକ୍ଷାବିତ ଯତୀନ୍ଦ୍ର ନାଥ ପାତ୍ର, ରବୀନ୍ଦ୍ର ନାଥ ପ୍ରଧାନ, ସମାଜସେବୀ ନନିଗୋପାଳ ଦାସ, ପୂର୍ଣ୍ଣଚନ୍ଦ୍ର ସାହୁ, ଚନ୍ଦନ ସାହୁ, ଅଶୋକ ସାହୁ, କବିପ୍ରସାଦ ସାହୁ, ଗଙ୍ଗାଧର ସାହୁ ସୁଶୀଲ ସାହୁ, ଭୁବନ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ବହୁ ଗାଁବାସୀ ଉପସ୍ଥିତ ଥିଲେ ।

Related Posts

About The Author

Add Comment