ପାଣି ଖୋଜୁଛି ଶୌଚାଳୟ! ବ୍ୟବସାୟୀ ହନ୍ତସନ୍ତ

Spread the love

ରାଉରକେଲା, ୧୦/୦୩/୨୧ (ସନ୍ଧାନ ନିଉଜ) :  ସାରନଗରୀ ଲୋକନାଥ ମାର୍କେଟ ନିକଟରେ ନିର୍ମାଣ ହୋଇଥିବା ଶୌଚାଳୟକୁ ପାଖାପାଖି ୭ ବର୍ଷ ଛୁଇଁଲାଣି, ହେଲେ ଏଯାଏ ହୋଇନି ପାଣି ସଂଯୋଗ! ଫଳରେ ୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଶୌଚାଳୟ ଏବେ ଭୂତକୋଠିରେ ପରିଣତ ହୋଇଥିବା ସ୍ଥାନୀୟ ଅଂଚଳର ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏଠାରେ ପ୍ରକାଶ ଥାଉକି, ଗତ ୨୦୧୫-୧୬ ଆର୍ଥିକ ବର୍ଷରେ ରଘୁନାଥପାଲୀ ବିଧାୟକ ପାଣ୍ଠିରୁ ୧ ଲକ୍ଷ ଟଙ୍କା ବ୍ୟୟରେ ଲାଠିକଟା ପଂଚାୟତ ସମିତି ପକ୍ଷରୁ ସ୍ଥାନୀୟ ଲୋକନାଥ ମାର୍କେଟ ଅଂଚଳରେ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଏକ ଶୌଚାଳୟକୁ  ଖୋଦ ବିଧାୟକ ଶୁଭ ଉଦଘାଟନ କରିଥିଲେ, ହେଲେ ଆଜି ଯାଏ ପାଣି ସଂଯୋଗ ହୋଇନି, ଫଳରେ ସ୍ଥାନୀୟ ଅଂଚଳର ବ୍ୟବସାୟୀ ମାନେ ମଧ୍ୟ ହଇରାଣ, ହରକତର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏହି ଶୌଚାଳୟରେ ପାଣି ସଂଯୋଗ କେବେ ହେବ ତାହା କେବଳ ଦେଖିବାକୁ ବାକି ରହିଲା ।

Related Posts

About The Author

Add Comment