ସୁନ୍ଦରଗଡ଼,୨୯/୦୫ (ସନ୍ଧାନ ନିଉଜ): ଆଜି ଅପରାହ୍ନ ସମୟରେ ଗାଧୋଇବା ବେଳେ ଜନୈକ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେମଗିରି ବ୍ଲକ ଅନ୍ତର୍ଗତ ମୁଣ୍ଡରକ୍ଷେତ ଗ୍ରାମର ସାବିତ୍ରୀ କୁଅଁର ବୟସ (୫୦) ବୋଲି ଜଣାପଡିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୧ଟା ସମୟରେ ଗାଁ ପାଖ ବଇଦ ବନ୍ଧ ପୋଖରୀ କୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ଗଭୀର ପାଣିରେ ଆସିଯାଇଥିଲେ । ସେ ସମୟରେ ଅନ୍ୟ କେହି ନଥିବାରୁ ପରେ ପାଣିରେ ଭାସୁଥିବା ଦେଖି ପାଖ ପଡେ଼ାଶୀ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତୁରନ୍ତ ପାଣିରୁ ବାହାର କରି ହେମଗିର ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।.. ସୂଚନା ପରେ ହେମଗିରି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ଥିଲେ ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚଳାଇଛନ୍ତି।
ପାଣିରେ ବୁଡି ମହିଳାଙ୍କ ମୃତ୍ୟୁ
|
May 29, 2020 |
