ରାଉଲକେଲା, : ରାଉଲକେଲା ସେକ୍ଟର ୧୩ରେ ଅଭାବନୀୟ ଘଟଣା । କୋଏଲ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଯାଇ ନାବାଳକ ନିଖୋଜ ।
ଏଭଳି ଏକ ଦୁଖଦ ଘଟଣା ଘଟିଛି ସେକ୍ଟର ୧୩ ଲୁଆକେରା ଅଞ୍ଚଳରେ । ସୂଚନା ଅନୂସାରେ ଏହି ଅଞ୍ଚଳର ବାସନ୍ତୀ କଲୋନି ଏଲ-୧୧୮ ରେ ରହୁଥିବା ସୁଜଲ ଜେନା ନାମକ ଜଣେ ନାବାଳକ ତାର ସାଙ୍ଗ ମାନଙ୍କ ସହ ଗତକାଲି ସନ୍ଧ୍ୟା ସମୟରେ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲା ।
ସେଠାରେ ସେ ସାଙ୍ଗମାନଙ୍କ ସହ କୋଏଲ ନଦୀରେ ଗାଧୋଇବା ବେଳେ ବାଳକକୁ ପ୍ରଖର ଜଳସ୍ରୋତ ଠେଲି ନେଇଥିଲା । ଫଳରେ ସେ ଓ ତାଙ୍କର ଜଣେ ସାଙ୍ଗ ବୁଡି ଯାଇଥିଲେ । ଅନ୍ୟ ଜଣକୁ ସ୍ଥାନୀୟ ଲୋକ ଉଦ୍ଧାର କରି ଥିବା ବେଳେ ସୁଜଲ ନିଖୋଜ ହୋଇଯାଇଥିଲା ।
ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସୁଜଲଙ୍କୁ ଖୋଜିବା ପାଇଁଁ ବିଭିନ୍ନ ପଦକ୍ଷପ ମାନ ଆପଣାଇଛି । ଅଗ୍ନିଶ୍ରମ ବାହିନୀମଧ୍ୟ ଗତ କାଲି ଠାରୁ ନାବାଳକକୁ ଖୋଜିବାର ପ୍ରୟାସ ଜାରି ରଖିଛନ୍ତି ହେଲେ ଏଯାଏଁ ସୁଜଲଙ୍କ ପତ୍ତା ମିଳିପାରିନଥିବା ଜଣାପଡିଛି ।