ଧର୍ମଶାଳା, ୧୬/୦୮/୨୦୨୦ (ସନ୍ଧାନ ନିଉଜ) ଲଗାଣବର୍ଷାରେ ପୁରା ଧର୍ମଶାଳାର ଅଧିକାଂଶ ଗ୍ରାମରେ ଜଳବନ୍ଦୀ ହୋଇପଡିଛି । ଫଳରେ ସାଧରଣ ଗରିବ ଲୋକଙ୍କ ଜୀବନ ଜିବିକା ଦୁର୍ଦଶାମୟ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି । ବିଶେଷତଃ ଦୌନିକ ମୁଲ ମଜୁରୀ କରି ପେଟ ପୋଷୁଥିବା ଲୋକଙ୍କ ପାଇଁ ନିଜ ପରିବାର ପ୍ରତିପୋଷଣ ଏବଂ ମୁଣ୍ଡଗୁଞ୍ଜିବା ଅବସ୍ଥା ଶୋଚନୀୟ ହୋଇପଡିଛି । ଧର୍ମଶାଳା ବ୍ଲକର ନେଉଳପୁର ବାଲିବିଲି ମୁଣ୍ଡାସାହିରେ ଚାଳଛପର ଘର କରି ରହିଥିବା ସମସ୍ତ ପରିବାର ଏବେ ଜଳଘେରରେ । ଅନେକ ପରିବାରର କାନ୍ଥ ପଡିଯାଇଛି । ଫଳରେ ସେମାନେ ସମସ୍ତେ ନିକଟସ୍ଥ ବିଦ୍ୟାଳୟ ଘରେ ଆଶ୍ରୟ ନେଇଥିବା ବେଳେ ସରପଂଚ ସମାନ୍ୟ ଶୁଖିଲା ଖାଦ୍ୟା ଦେଇଥବବା ବେଳେ ତାହାକୁ ଖାଇ ରାତି କଟାଇଛନ୍ତି । ସେହିପରି କଂଟିଗଡିଆ ପଂଚାୟତର ଗାନ୍ଧିଛକସ୍ଥିତ ମୁଣ୍ଡାସାହିରେ ସମାନ ଅବସ୍ଥା । ଏହି ଗ୍ରାମର ସମସ୍ତ ଘର ଭିତରେ ୬ଫୁଟ ଉଚ୍ଚର ପାଣି ଛିଡା ହୋଇଛି । ଫଳରେ ଭୋକ ଉପସରେ ରହୁଛନ୍ତି ସାହିର ଅଧିକାଂଶ ଲୋକେ । କାଁ ଭାଁ ଲୋକ ନିଜର ପିଲାଛୁଆଙ୍କୁ ଶୁଖିଲା ଖାଦ୍ୟା ଦେଇଥିବା ବେଳ ଆଜି କଂଟିଗଡିଆ ପଂଚାୟତର ଯୁବ ସାମଜସେବୀ ଆରୂପାନନ୍ଦ ଜେନା ସାହିର ଲୋକମାନଙ୍କ ରନ୍ଧାଖାଦ୍ୟ ଯୋଗାଇଦଇଛନ୍ତି । କିନ୍ତୁ ପଂଚାୟତର ସରପଂଚ ମାନେ ଏପ୍ରର୍ଯ୍ୟନ୍ତ ସେହି ସାହିକୁ ଆସିନଥିବା ବେଳେ ସେମାନଙ୍କ ଅବସ୍ଥା ସମ୍ପର୍କରେ ଅବଗତ ହୋଇନାହାନ୍ତି । ସେହିପରି ଧର୍ମଶାଳାର ବହୁ ଏକର ଛାଷଜମିରେ ଜଳମଗ୍ନ ହେବା ଫଳରେ ଛାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପାଣିନିଷ୍କାସନ ବ୍ୟବସ୍ଥା ନକଲେ ଚାଷନଷ୍ଟ ହେବ ବୋଲି ଆଶଙ୍କା ଦେଖାଦେଇଛି । ତୁରନ୍ତ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଚ୍ଚିତ ଥଇଥାନ କରିବା ସହିତ ଖାଦ୍ୟପେୟର ବ୍ୟବସ୍ଥା କରିବାକୁ ସାଧରଣରେ ଦାବି ହେଉଛି ।
ପାଣିରେ ଘେରରେ ଆଦିବାସୀ ସାହି, ଭୋକ ଉପାସରେ ପରିବାର
|
August 16, 2020 |
