ପାଣିପାଗ ମହାନିର୍ଦେଶକଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Spread the love

ଭଦ୍ରକ,୨୧/ ୬ (ସନ୍ଧାନ ନିୟୁଜ/ରମେଶ ନାୟକ) ପାଣିପାଗ ବିଭାଗର ନବନିଯୁକ୍ତ ମହାନିର୍ଦେଶକ ଓ ବିଶ୍ଵ ପାଣିପାଗ ସଂସ୍ଥାରରେ ପ୍ରଥମ ନିର୍ବାଚିତ ଭାରତୀୟ ପ୍ରତିନିଧି ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଆଜି ଭଦ୍ରକ ସଂସ୍କୃତି ଭଵନ ଠାରେ ଭଦ୍ରକ ଗଣତାନ୍ତ୍ରିକ ନାଗରିକ ପରିଷଦ ପକ୍ଷରୁ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା. ଏହି ଅବସରରେ ମୁଖ୍ୟ ଅତିଥି  ଭାବେ ଭଦ୍ରକ ଜ଼ିଲ୍ଲାଜଜ ଶୋଭନ ଦାସ ଯୋଗ ଦେଇ ମୃତୁଞ୍ଜୟ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ.ସେହିପରି ଭଦ୍ରକ ଜ଼ିଲ୍ଲାର ବିଭିନ୍ୟ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା ସମ୍ବର୍ଦ୍ଧନା.ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ  ଵିଧାୟକ ସଂଜୀବ ମଲ୍ଲୀକ. ବରିଷ୍ଠ ଆଇନଜୀବୀ ନିରାକାର ଜେନାଙ୍କ ସହ ବହୁ ମାନ୍ୟଗଣ୍ୟ ବେକ୍ତି ଉପସ୍ଥିତ ରହିଥିଲେ

Related Posts

About The Author

Add Comment