ଯାଜପୁର, ୨୮/୧୦/୨୦୨୧ (ସନ୍ଧାନ ନିଉଜ) : ପାଣିକୋଇଲି ଗ୍ରାମ୍ୟ ଉନ୍ନୟନ ରାସ୍ତା ଯାଜପୁର ଜିଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତା ଉପରେ ଖଇରାବାଦ, ନାଥସାହି, ଭୁବନେଶ୍ୱରପୁର, ବେରୁଦା,ମାଳଆନନ୍ଦପୁର,ଚଇନପୁର ଏବଂ ପାଣିକୋଇଲି ପଂଚାୟତ ର ଅଧିବାସୀ ମାନେ ପ୍ରତ୍ୟେକ୍ଷ ଭାବେ ଏବଂ ଯାଜପୁର,ଦଶରଥପୁର,ବିଂଝାରପୁର ଏବଂ କୋରେଇ ବ୍ଳକର ଦୁଇ ଚକିଆ ଯାନ ଆରୋହୀ ମାନେ ପ୍ରତ୍ୟେକ୍ଷ ଭାବେ ଓ ଯାଜପୁର,ଦଶରଥପୁର,ବିଂଝାରପୁର ଏବଂ କୋରେଇ ବ୍ଲକର ଦୁଇ ଚକିଆ ଯାନ ଆରୋହୀ ମାନେ ପୂର୍ଣ୍ଣ ଭାବରେ ନିର୍ଭରଶୀଳ । ଦୀର୍ଘ ଜନ ଆନେ୍ଦାଳନ ପଂଳରେ ଏ ରାସ୍ତାଟି ଏକ ସବୁଦିନିଆ ରାସ୍ତାରେ ପରିଣତ ହୋଇଛି ମାତ୍ର ବିଭାଗୀୟ ଯନ୍ତ୍ରୀ ମାନଙ୍କ ଅମନ ଯୋଗୀତାରୁ ଏହା ଲୋକଙ୍କୁ ଉପଯୁକ୍ତ ଗମନାଗମନ ର ସୁବିଧା ପ୍ରଦାନ କରିବାରେ ଅସମର୍ଥ ହେଉଛି । ବୁଢ଼ା ନଦୀ ର ପଶ୍ଚିମ ପଟରୁ ଏନ ଏଚ ୧୬ ର ସଂଯୋଗୀ ସ୍ଥାନ ପର୍ଯ୍ୟନ୍ତ ରାସ୍ତାର ଦୁରାବସ୍ଥା ଅବର୍ଣ୍ଣନନୀୟ । ସରକାରୀ ଅର୍ଥ ଆଖିବୁଜା ଖର୍ଚ୍ଚ ହେଉଥିଲେ ବି ମରାମତି କାର୍ଯ୍ୟ ଯେ ନିମ୍ନ ମାନର ହେଉଛି ଏହା ବୁଝିବାକୁ ଯନ୍ତ୍ରୀ ମାନେ କାହିଁକି ନାରାଜ ତାହା ଅନୁଭବି ମାନଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହି ପରିପ୍ରେକ୍ଷିରେ ବରିଷ୍ଠ ନାଗରିକ ମଂଚ,ପାଣିକୋଇଲି ର ସାଧାରଣ ସଂପାଦକ ବିଶିଷ୍ଠ ଶିକ୍ଷାବିତ ସୁରେନ୍ଦ୍ର କୁମାର ରାୟ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବାକୁ ନିବେଦନ କରିଛନ୍ତି । ରାସ୍ତାର ସବୁଠାରୁ ଖରାପ ସ୍ଥିତିରେ ମା ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ମୁଖ ଅଂଶ,ନମିଟିକିରି ଶିବ ମନ୍ଦୀର ସମ୍ମୁଖ ଅଂଚଳ,ହାଇଲେବଲ କେନାଲ ର ଉଭୟ ପୂର୍ବ ଓ ପଶ୍ଚିମ ଅଂଶ,ଯମୁନା ନଦୀ ପୋହ୍ଲର ଉଭୟ ପୂର୍ବ ଓ ପଶ୍ଚିମ ଭାଗ,ନୂଆପଡା ମିନିଷ୍ଟାଡିୟମ ପାଶ୍ୱର୍ବର୍ତି ଅଂଚଳ ଏବଂ ପାଣିକୋଇଲି ଏନ ଏଚ ସଂଯୋଗୀ ଅଂଶର ଅବସ୍ଥା ଶୋଚନୀୟ ହୋଇପଡିଛି । ପ୍ରତିମୁହୁର୍ତରେ ବିପଦ ର ଆଶଙ୍କା ରହିଛି । ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ପ୍ରକାଶ ଥାଉକି ରାସ୍ତା ନିର୍ମାଣ ପରଠାରୁ ଢ଼ଳାଇ ଅଂଶର ସାମାନ୍ୟତମ ମରାମତି ପରିଲକ୍ଷିତ ହୋଇନାହିଁ ।
ଜିଲାର ଏକ ବୃହତ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିକୁ ବିଚାର
ପାଣିକୋଇଲି ରାସ୍ତା ଦୁରାବସ୍ଥା,ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ
|
October 29, 2021 |