ପାଟପୁର ବଳଦେବ ଜୀଉ ମଠରୁ ୬ଟି ମୃର୍ତ୍ତି ଦୃବୁର୍ତ୍ତମାନେ ଲୁଟିନେଲେ

Spread the love

ଯାଜପୁର ସଦର, ୧୩ା୧୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ପାଟପୁର ପଂଚାୟତର ସିଦ୍ଧବଳଦେବଜୀଉ ମଠରୁ ୬ଟି ଅଷ୍ଟଧାତୁ ମୃର୍ତ୍ତି ଚାରୀ ହୋଇଥିବା ଘଟଣା ଏହି ଜିଲ୍ଲାରେ ଚହଳ ପକାଇଚି । ଘଟଣାରୁ ପ୍ରକାଶ ଯେ, ପାଟପୁର ସିଦ୍ଧବଳ ଦେବଜୀଉ ମଠରୁ ଗତକାଲି ରାତିରେ ୬ଟି ଅଷ୍ଟଧାତୁରେ ନିର୍ମିତ କରାଯାଇଥିବା ବହୁ ମୂଲ୍ୟ ଟଙ୍କାର ଦୃବୁର୍ତ୍ତ ମାନେ ଲୁଟି ନେଇଥିବା ଜଣାଯାଇଚି । ଏନେଇ ଟ୍ରଷ୍ଠ ପକ୍ଷରୁ ଧର୍ମଶାଳା ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ, ଏହି ମୃର୍ତ୍ତି ଗୁଡ଼ିକ ହେଲା ମଦନମୋହନ, ରାଧାକୃଷ୍ଣ, ରାଧାଲକ୍ଷ୍ମୀ, ସରସ୍ୱତୀ ମୃର୍ତ୍ତି ମଧ୍ୟରେ ଏକ ଆଣ୍ଠୁଆଗୋପାଳ ମୃର୍ତ୍ତି ଚୋରୀ ହୋଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଦୃବୁର୍ତ୍ତମାନେ ବିଳମ୍ବିତ ରାତିରେ ମଠ ମଧ୍ୟରେ ପଶି ମଠର କବାଟ ଭାଙ୍ଗି ଲୁଟି ନେଇଥିବା ବେଳେ, ମଠର ପୂଜକ ଧିରେନ୍ଦ୍ର ଶତପଥି ମଠର ଠାକୁର ପୂଜା କରିବାକୁ ଯାଇ ମଠର କବାଟ କୁମୁଡ଼ା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ପୂଜକ ଶତପଥି ଟ୍ରଷ୍ଟର ସେକ୍ରେଟାରୀ ବିନୋଦ ଦାସଙ୍କୁ ଫୋନକରି ଜଣାଇଥିଲେ । ଶ୍ରୀ ଦାସ ମଠରେ ପହଁଞ୍ôଚ ମୃର୍ତ୍ତି ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ଶ୍ରୀ ଦାସ ଧର୍ମଶାଳା ଥାନା ଅଧିକାରୀ ରାକେଶ ତ୍ରୀପାଠୀଙ୍କୁ ଫୋନ କରିଥିଲେ । ଧର୍ମଶାଳା ଥାନା ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ କରିଥିଲେ । ବିଭିନ୍ନ ଲୋକ ମାନଙ୍କୁ ମୃର୍ତ୍ତି ଚୋରୀ ସମ୍ପର୍କରେ ପୋଲିସ ପଚରା ଉଚରା କରିବା ସହିତ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରି ଫେରି ଯାଇଚି । ଚୋରୀ ହୋଇଥିବା ମୃର୍ତ୍ତି ଗୁଡ଼ିକ ଓଜନ ୭୫ କେଜି ହେବ ବୋଲି ଅନୁମାନ କରାଯାଉଚି । ଏହି ମୃର୍ତ୍ତିର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ୱ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଚି । ଧର୍ମଶାଳା ଥାନା ଅଧିକାରୀ ଶ୍ରୀ ତ୍ରୀପାଠୀ ଏହାର ତଦନ୍ତ କରୁଥିବା ବେଳେ, ରିପୋର୍ଟ ଲେଖା ହେବା ବେଳକୁ ଚୋରୀ ହୋଇଥିବା ମୃର୍ତ୍ତି ଗୁଡ଼ିକ ଉଦ୍ଧାର ହୋଇନଥିବା ସୂଚନା ମିଳିଚି ।

Related Posts

About The Author

Add Comment