ପାଟଣା ୨୫/୫ (ସନ୍ଧାନ ନିୟୁଜ/ସନ୍ତୋଷ ପତି) ଦୀର୍ଘଦିନ ପ୍ରତିକ୍ଷାର ଅନ୍ତ ଘଟିଛି। ୨୩ ତାରିଖ ଫଳାଫଳ ଘୋଷଣା ପରେ ପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ବିଜେପି ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକଙ୍କୁ ୭୭୯୬ ଖଣ୍ଡ ଭୋଟରେ ପରାଜୟ କରି ବିଜୟ ହୋଇଛନ୍ତି। ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ୮ ଜଣ ବିଧାୟକ ପ୍ରାଥି ପ୍ରତିଦ୍ବନ୍ଦିତ୍ୱ କରିଥିଲେ। ଏହି ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ୭୦,୩୧୦ ଭୋଟ ପାଇଥିବା ବେଳେ ବିଜେପି ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ ୬୨,୫୧୪ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବିନୋଦ ବିହାରୀ ନାଏକ୧୩ ହଜାର ୫୮ ଭୋଟ ପାଇଛନ୍ତି। ଲୋକନାଥ ନାଏକ ୧୨୯୯, ପିତାମ୍ବର ବିରୁଆ ୧୧୧୧, ବେଣୁଧର ସର୍ଦାର ୧୯୩୪, ହୃଷିକେଶ ନାଏକ ୮୪୦ ଏବଂ ସ୍ୱାଧୀନ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ ୮୦୭୪ ଭୋଟ ପାଇଛନ୍ତି। ସେହିପରି ପାଟଣା ନିର୍ବାଚନ ମଣ୍ଡଳୀର ୧୭୯୧ ଟି ଭୋଟ ନୋଟାକୁ ଯାଇଛି। ଚଳିତ ନିର୍ବାଚନରେ ପାଟଣା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪୨ ହଜାର ଭୋଟର ରୁ ୧ଲକ୍ଷ ୭୫ ହଜାର୧୩୦ ଜଣ ମତ ସାବ୍ୟସ୍ତ କରିଥିଲେ। ବିଜୟ ପରେ ଜଗନ୍ନାଥ ବିଜୟର ଶ୍ରେୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେବା ସହିତ କର୍ମୀ ଓ ପାଟଣା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି।
ପାଟଣାର ନୂଆ ବିଜେଡି ବିଧାୟକ ଜଗନ୍ନାଥ ନାଏକ
|
May 25, 2019 |
