କରାଚୀ, ୭/୧/୨୦ (ସନ୍ଧାନ ନିଉଜ) : ପାକିସ୍ତାନ ବାୟୁସେନା(ପିଏଏଫ୍)ର ଏକ ବିମାନ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଫ୍ଲାଇଙ୍ଗ୍ ଅଫିସର ଇବାଦ ଓ ସ୍କ୍ୱାଡନ ଲିଡର୍ ହାରିସଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ସ୍ଥାନୀୟ ଗଣମାଧ୍ୟମର ଖବର ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନଟି ପ୍ରଶିକ୍ଷଣ ପାଇଁ ବ୍ୟବହୃତ ହେଉଥିଲା। ଏହି ବିମାନ ମିଆଁୱାଲୀ ସ୍ଥିତ ଆଲମ ଏୟାରବେସରୁ ଉଡ଼ାଣ ଆରମ୍ଭ କରିଥିଲା।
ତେବେ ପାକ୍ ବାୟୁସେନା ଏପର୍ଯ୍ୟନ୍ତ ଏନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇନାହିଁ। ଏହା ସହିତ ଦୁର୍ଘଟଣାର କାରଣ ମଧ୍ୟ ଏଯାବତ୍ ଜଣାପଡ଼ି ନାହିଁ।