ପାକ୍‌ କମାଣ୍ଡୋଙ୍କୁ ଗୁଳି ମାରି ଟଳାଇ ଦେଲା ଭାରତୀୟ ସେନା

Spread the love

ନୂଆଦିଲ୍ଲୀ, ୨୦/୮ (ସନ୍ଧାନ ନିଉଜ) : ଚଳିତବର୍ଷ ଫେବ୍ରୁଆରି ମାସରେ ଭାରତୀୟ ବାୟୁସେନାର ବୀର କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କୁ ନିର୍ଯାତନା ଦେଇଥିବା ପାକିସ୍ତାନୀ କମାଣ୍ଡୋ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ଯବାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ଜାଣବାକୁ ମିଳିଛି ଯେ ପାକିସ୍ତାନୀ ବିମାନକୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ଦେଶରେ ପହଞ୍ଚି ଯାଇଥିବା ଭାରତୀୟ ଓ୍ଵିଙ୍ଗ୍‌ କମାଣ୍ଡରଙ୍କୁ ଏହି ପାକିସ୍ତାନୀ କମାଣ୍ଡୋ ଜଣକ ଧରି ନେବା ସହ ବହୁ ନିର୍ଯାତନା ଦେଇଥିଲେ।

ତାଙ୍କ ନାମ ଅହମ୍ମଦ ଖାନ। ସେ ପାକ୍‌ ସେନାର ସ୍ୱତନ୍ତ୍ର ସେବା ଦଳରେ ନିୟୋଜିତ ଥିଲେ। ତେବେ, ସେ ଗତ ୧୭ ତାରିଖରେ ଭାରତ ସୀମାକୁ ପ୍ରବେଶ କରି ଆକ୍ରମଣ ଉଦ୍ୟେମ କରୁଥିବା ବେଳେ ନିୟନ୍ତ୍ରଣ ରେଖାର ନକୟାଲ୍‌ ସେକ୍ଟରରେ ଭାରତୀୟ ସେନା ପକ୍ଷରୁ ଗୁଳି କରାଯାଇ ତାଙ୍କୁ ଟଳାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଫେବ୍ରୁଆରି ୨୭ ତାରିଖରେ ପାକିସ୍ତାନୀ ଲଢୁଆ ବିମାନ ଏଫ୍‌-୧୬ ଭାରତ ସୀମାରେ ପଶି ଆକ୍ରମଣ ଉଦ୍ୟମ କରିବା ବେଳେ ଭାରତୀୟ ଲଢୁଆ ବିମାନ ମିଗ୍‌-୨୧ ଧରି ପିଛା କରିଥିଲେ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନ। ପାକିସ୍ତାନୀ ଗୁଳିରେ ଅଭିନନ୍ଦନ ମିଗ୍‌-୨୧ ସହ ପାକ୍‌ ସୀମାରେ ଖସି ପଡ଼ିଥିଲେ। ତାଙ୍କୁ ପାକିସ୍ତାନୀମାନେ ଧରି ନେଇଥିଲେ। ସେ ସମୟରେ ପାକ୍‌ ପକ୍ଷରୁ ପ୍ରକାଶ ପାଇଥିବା ଫଟୋରେ ଅହମ୍ମଦ ଖାନଙ୍କୁ ଅଭିନନ୍ଦନଙ୍କ ପାଖରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା।

Related Posts

About The Author

Add Comment