ନୂଆଦିଲ୍ଲୀ, ୩୦/ ୬ (ସନ୍ଧାନ ନିୟୁଜ) : ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମୁହଁରେ ପ୍ରଶଂସା। ଭାରତ ସପକ୍ଷରେ ନାରା ଲଗାଇଛନ୍ତି ପାକିସ୍ତାନୀ ସମର୍ଥକ। କଥାଟି ଅବିଶ୍ୱାସ ଲାଗୁଥିଲେ ବି ସତ। ଏଭଳି ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି କ୍ରିକେଟ୍ ଷ୍ଟାଡିୟମରେ। ବିଶ୍ୱକପ୍ ସେମିଫାଇନାଲ ଟିକେଟ୍ ପାଇଁ ଭାରତର ବିଜୟ କାମନା କରିଛନ୍ତି ପାକିସ୍ତାନୀ ସମର୍ଥକ।
ପାକିସ୍ତାନର ଭାରତ ପ୍ରେମ। ଇଣ୍ଡିଆ ସମର୍ଥନରେ ପାକିସ୍ତାନୀ ଫ୍ୟାନ୍। ଭାରତର ନାଁ ଶୁଣିଲେ ନାକ ଟେକୁଥିବା ପାକିସ୍ତାନୀଙ୍କ ମୁହଁରେ ଇଣ୍ଡିଆ-ଇଣ୍ଡିଆ ନାରା ଶୁଣିଲା ବେଳକୁ ଯେ, କେହିବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ହେଲେ କ୍ରିକେଟ୍ ବିଶ୍ୱକପରେ ଭାରତର ଫଳାଫଳ ଉପରେ ଯେତେବେଳେ ପାକିସ୍ତାନର ଭାଗ୍ୟ ର୍ନିଭର କରୁଛି, ସେତେବେଳେ ଇଣ୍ଡିଆ ଇଣ୍ଡିଆ ନାରା ଦେବା ବ୍ୟତୀତ ପାକିସ୍ତାନୀ କ୍ରିକେଟ୍ ସମର୍ଥକଙ୍କ ପାଖରେ ଆଉ କୌଣସି ଚାରା ନାହିଁ। ଭାରତ-ଇଂଲଣ୍ଡ ମ୍ୟାଚ୍ ପୂର୍ବରୁ ପାକିସ୍ତାନର ପୂର୍ବତନ କ୍ରିକେଟର ତଥା କମେଣ୍ଟ୍ରେଟେର ଯେତେବେଳେ ପାକିସ୍ତାନୀ ଫ୍ୟାନଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ, ସେତେବେଳେ ସେମାନଙ୍କ ମୁହଁରୁ ବାହାରି ଆସିଥିଲା ଇଣ୍ଡିଆ ଇଣ୍ଡିଆ ନାରା।
ଅଭିଶେକ ଯାଦବ ନାମକ ଜଣେ ବ୍ୟକ୍ତି ଟ୍ଵିଟର୍ରେ ଲେଖିଛନ୍ତି:
-୧୯୪୭ରେ ଭାରତ ଇଂଲଣ୍ଡକୁ ପରାସ୍ତ କରିବା ପରେ ହିଁ ପାକିସ୍ତାନ ଆସିଲା। ୨୦୧୯ରେ ଭାରତ, ଇଂଲଣ୍ଡକୁ ହରାଇବା ପରେ ହିଁ ପାକିସ୍ତାନ ଆସିବ। ୟାକୁ କୁହନ୍ତି, ବାପା-ପୁଅର ସଂପର୍କ।
ସାରା ଅଲ୍ଲୀ ଖାନ୍ ଲେଖିଛନ୍ତି:
-ପାକିସ୍ତାନ ଲୋକ ଏବେ ଭାରତ ପାଇଁ ପ୍ରାର୍ଥନା କର।
ସୋସିଆଲ ମିଡ଼ିଆରେ ଏଭଳି ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଏହା ସହ ପାକ୍-ସପୋଟ୍-ବାପ୍ ନାଁରେ ସୋସିଆଲ ମିଡିଆରେ ଚାଲିଛି ଜୋରଦାର ଚର୍ଚ୍ଚା।



