ଲଣ୍ଡନ, ୩/୭ (ସନ୍ଧାନ ନିୟୁଜ ) : କୁଖ୍ୟାତ ଅଣ୍ଡରଓ୍ଵାର୍ଲଡ ଡନ ଦାଉଦ ଇବ୍ରାହିମ ପାକିସ୍ତାନର କରାଚୀରେ ରହୁଛି ଓ ସେଠାରୁ ନିଜର ବ୍ୟବସାୟ ଚଳାଉଛି ବୋଲି ଆମେରିକା ସରକାର ଲଣ୍ଡନର ଏକ କୋର୍ଟରେ କହିଛନ୍ତି । ଲଣ୍ଡର େଓ୍ଵଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ଏବେ ଦାଉଦର ଘନିଷ୍ଠ ସହଯୋଗୀ କୁହାଯାଉଥିବା ଜବିର ମୋତିର ପ୍ରତ୍ୟାର୍ପଣ ମାମଲା ଚାଲିଛି ।
ଏହି ମାମଲାରେ ଆମେରିକା ସରକାର କୋର୍ଟରେ କହିଛନ୍ତି ଯେ ଏଫବିଆଇ ତଦନ୍ତରୁ ଜଣାପଡିଛି ଯେ ୧୯୯୩ ପରଠାରୁ ଭାରତରୁ ପଳାୟନ କରିଥିବା ଦାଉଦ ଇବ୍ରାହିମ ପାକିସ୍ତାର କରାଚୀରେ ରହୁଛି ଓ ଭାରତ, ପାକିସ୍ତାନ ଓ ୟୁଏଇ ଓ ବିଶ୍ୱର ଅନ୍ୟ କେତେକ ସ୍ଥାନରେ ଡି-କମ୍ପାନିର ବ୍ୟବସାୟ ରହିଛି । ଏଫବିଆଇ ତଦନ୍ତରୁ ଜଣାପଡିଛି ଯେ ଡି-କମ୍ପାନି ବେଆଇନ ଅର୍ଥ କାରବାର, ବ୍ଲାକମେଲ, ବଳ ପୂର୍ବକ ଚାନ୍ଦା ଆଦାୟ ଆଦି କାମରେ ସକ୍ରିୟ ଅଛି । ଆମେରିକାରେ ବେଆଇନ ଅର୍ଥ କାରବାର ଓ ବ୍ଲାକମେଲ ଆଦି ଅପରାଧ ପାଇଁ ଏଫବିଆଇ ଦାଉଦର ଘନିଷ୍ଠ ସହଯୋଗୀ ମୋତିକୁ ଖୋଜୁଛି ।