ପାକିସ୍ତାନରେ ନ୍ୟୁକ୍ଲିୟର ଗ୍ୟାସ୍ ଲିକ ହେବାର ଆଶଙ୍କା, ୬ ମୃତ, ଶତାଧିକ ହସ୍ପିଟାଲରେ ଭର୍ତ୍ତି

Spread the love

କରାଚି, ୧୭/୨/୨୦ (ସନ୍ଧାନ ନିଉଜ) : ପାକିସ୍ତାନର କରାଚିରୁ ବଡ଼ ଆସିଛି ଖବର। କରାଚିରେ ବିଷାକ୍ତ ଗ୍ୟାସ୍ ଲିକ ହେବାଯୋଗୁଁ ଏପର୍ଯ୍ୟନ୍ତ ୬ଜଣଙ୍କର ମୃତ୍ୟୁ ହୋଇଛି। ନ୍ୟୁକ୍ଲିୟର ଗ୍ୟାସ୍ ଲିକ ହେବାର ଆଶଙ୍କା କରାଯାଉଛି। ଯେଉଁଠାରେ ଏହି ଦୁର୍ଘଟଣା ହୋଇଛି ସେହି ସ୍ଥାନ କରାଚି ନ୍ୟୁକ୍ଲିୟର ପାୱାର କାରପୋରେସନର ପ୍ରାୟତଃ ବହୁତ ନିକଟରେ। ସୂତ୍ର ମୁତାବକ ପାକିସ୍ତାନ ଜାଞ୍ଚ ପାଇଁ ସେଠାରେ ନ୍ୟୁକ୍ଲିୟର ବାୟୋଲୋଜିକାଲ କେମିକାଲ ଡ୍ୟାମେଜ ଟିମକୁ ପଠାଇଛି। ସରକାରଙ୍କ ତରଫରୁ ଠିକ ଠିକ ମୃତ୍ୟୁର ସଂଖ୍ୟା କୁହାଯାଉନାହିଁ। ବର୍ତ୍ତମାନ ଉକ୍ତ ସ୍ଥାନରେ ଭୟର ବାତାବରଣ ଖେଳିଯାଇଛି। ଜିଓ ଟିଭି ମୁତାବିକ ପ୍ରାୟତଃ ଶହଶହ ଲୋକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି।

ପାକିସ୍ତାନର ଖବର କାଗଜ ‘ଦ ଡନ’ ମୁତାବକ ଗ୍ୟାସ୍ ଲିକ ହେବାରୁ ଡର୍ଜନ ଡର୍ଜନ ଲୋକ ବେହୋସ ହୋଇୟାଇଛନ୍ତି। ଏ ସମସ୍ତଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପୋଲିସ ମୁତାବକ ପ୍ରରମ୍ଭିକ ଜାଞ୍ଚରୁ ଏମିତି ଲାଗୁଥିଲା କି ନିକଟରେ ଥିବା ଏକ ପୋର୍ଟରୁ ଜାହାଜ ଆସିଥିଲା। କୁହାଯାଉଥିଲା କି ଏହି ଜାହାଜରେ ପରିବା ଥିଲା। କଣ୍ଟେନରକୁ ଖୋଲା ଗଲା ଏଥିରୁ କୌଣସି ଗ୍ୟାସ୍ ଲିକ ହେବାରୁ ଆଖପାଖ ଯାଗାରେ ରହୁଥିବା ଲୋକମାନଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେବାକୁ ଲାଗିଲା।

Related Posts

About The Author

Add Comment