ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା: ଅତି କମରେ ୩୦ ଜଣଙ୍କର ମୃତ୍ୟୁ, ୫୦ ଗୁରୁତର – ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା

Spread the love

ନୂଆଦିଲ୍ଲୀ ୭/୬ (ସନ୍ଧାନ ନିୟୁଜ୍)- ଏକ ଦୁର୍ଭାଗ୍ୟଜନକ ଘଟଣା ପାକିସ୍ତାନରେ ଆଜି ଘଟିଛି। ରେତି ଏବଂ ଡାହର୍କି ରେଳ ଷ୍ଟେସନ ମଧ୍ୟରେ ମିଲାତ ଏକ୍ସପ୍ରେସ ସହ ସାର୍ ସୟଦ ଏକ୍ସପ୍ରେସ ଟ୍ରେନ ମୁହାଁମୁହିଁ ହେବା ପରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୋମବାର ରିପୋର୍ଟରେ ଦର୍ଶାଯାଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ, ଲାହୋର ଅଭିମୁଖେ ଯାଉଥିବା ସାର୍ ସୟଦ ଏକ୍ସପ୍ରେସ ଟ୍ରେନ୍ ମିଲାତ୍ ଏକ୍ସପ୍ରେସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଯାହାକି କରାଚିରୁ ସରଗୋଡା ଅଭିମୁଖେ ଯାଉଥିଲା ଏବଂ ଧାରଣାଚ୍ୟୁତ ହୋଇଥିଲା।

ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଘୋଟକି ଡେପୁଟି କମିଶନର ଉସମାନ ଅବଦୁଲ୍ଲା କହିଛନ୍ତି ଯେ ଟ୍ରେନ ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫୦ ଜଣ ଆହତ ହୋଇଛନ୍ତି।

ଅବଦୁଲ୍ଲାଙ୍କ ଅନୁଯାୟୀ, ପ୍ରାୟ ୧୩ ରୁ ୧୪ ଟି ବଗି ଖସି ଯାଇଥିବାବେଳେ ଛଅରୁ ଆଠଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା। ଘୋଟକି ଡେପୁଟି କମିଶନର କହିଛନ୍ତି ଯେ ଅନେକ ଯାତ୍ରୀ ଏବେ ମଧ୍ୟ ଫଶି ରହିଛନ୍ତି ଏବଂ ଏହି କାର୍ଯ୍ୟ ଅଧିକାରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି।

ଆଜି ସକାଳେ ଘୋଟକିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୩୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରେଳ ମନ୍ତ୍ରୀଙ୍କୁ ସାଇଟରେ ପହଞ୍ଚିବା ଏବଂ ଆହତମାନଙ୍କୁ ଚିକିତ୍ସା ସହାୟତା ତଥା ମୃତକଙ୍କ ପରିବାରକୁ ସହାୟତା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରେଳ ସୁରକ୍ଷା ତ୍ରୁଟି ବିଷୟରେ ବିସ୍ତୃତ ଅନୁସନ୍ଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ପାକିସ୍ଥାନର ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

Related Posts

About The Author

Add Comment