ପାଇକ ଯୁଗପୁରା ଖେଳପଡିଆ ଘଟଣା, ସମିତି ସଭ୍ୟଙ୍କୁ ଜୀବନରୁ ମାରିଦେବାକୁ ଧମକ

Spread the love

ବାରିପଦା, ୨୧/୦୬ (ସନ୍ଧାନ ନିଉଜ) ବୈଶିଙ୍ଗା ପଂଚାୟତର ପାଇକଯୁଗପୁରା ଗ୍ରାମରେ ଉନ୍ନତି କରଣ ହେଉଥିବା ଖେଳପଡିଆ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ ଗ୍ରାମବାସୀ କରିଥିବାରୁ ସେ ସମ୍ପର୍କରେ ବୁଝିବା ନିମନ୍ତେ ବୈଶିଙ୍ଗା ପଂଚାୟତର ସମିତି ସଭ୍ୟ ଆଶିଷ ମାରାର୍ଣ୍ଡି ଗୁରୁବାର ସକାଳ ପ୍ରାୟ ୧୦ ଘଟିକା ସମୟରେ ମନେରେଗା ଯୋଜନାରେ କାମ ହେଉଥିବା ଖେଳ ପଡିଆ ନିକଟକୁ ଯାଇଥିଲେ । ସେଠାରେ ପହଂଚି ଉକ୍ତ କାର୍ଯ୍ୟସମ୍ପର୍କରେ ସଂମ୍ପୃକ୍ତ ଠିକାଦାର ପରମାନନ୍ଦ ନାୟକଙ୍କ ଓ ସୁଦର୍ଶନ ନାୟକଙ୍କ ଫେରୁଥିବା ସମୟରେ ଠିକାଦାର ହଠାତ୍ ଉତ୍ୟକ୍ତ ହୋଇ ସମିତି ସଭ୍ୟଙ୍କୁ ଗାଳିଗୁଲଜ କରିବା ସହିତ ତଣ୍ଟି ଚିପି ମାରିଦେବାକୁ ଧମକ ଦେଇଥିଲେ । ଫଳରେ ସେଠାରେ ଚାପା ଉତ୍ୱେଜନା ସୃଷ୍ଟି ହୋଇଥିଲା । ଠିକାଦାର ସୁଦର୍ଶନ ନାୟକଙ୍କ ସମେତ ପରମାନନ୍ଦ ନାୟକଙ୍କ ଓ ବସନ୍ତ ନାୟକ, ରାଧାକୃଷ୍ଣ ସାହୁଙ୍କପୁଅ ମନୋଜ ସାହୁ ପ୍ରମୁଖ ଆଶିଷକୁ ଘେରିଯାଇ ଗାଳି ଗୁଲଜ କରିବା ସହିତ ମାରିଦେବା ବୋଲି ଧମକ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବସନ୍ତ ରାଉତ୍ ତାଙ୍କ ଗଳାକୁ ଚିପି ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ବୈଶିଙ୍ଗା ଥାନାରେ ଶ୍ରୀ ମାର୍ଣ୍ଡି ଲିଖିତ ଅଭିଯୋଗ କରିଅଛନ୍ତି । ଶ୍ରୀ ମାର୍ଣ୍ଡି ବ୍ଲକରେ ବି.ଡି.ଓ. ସ୍ମୃତି ରଂଜନ ମଲ୍ଲୀକଙ୍କୁ ସାକ୍ଷାତ୍ କରି ଏ ସମ୍ପର୍କରେ ଅବଗତ କରାଇଥିଲେ । ବି.ଡି.ଓ. ଘଟଣା ସମ୍ପର୍କରେ ତଦନ୍ତ କରିବେ ବୋଲି ପ୍ରତିଶୃତି ଦେବା ସହିତ କାମ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି ବୋଲି କହିଥିଲେ । ଶ୍ରୀ ମାର୍ଣ୍ଡି ପ୍ରକାଶ କରିଛନ୍ତି ଯେ, ସେ ଜଣେ ଆଦିବାସୀ ଯୁବକ ହୋଇଥିବା ବେଳେ ବର୍ତମାନ ସମିତିର ସଭ୍ୟ ଅଛନ୍ତି । ଏଣୁ ଏହିଭଳି ଗାଳି ଗୁଲଜ ଧମକ ଚମକ୍ ଜାତି ଉପରେ ଗାଳି ଗୁଲଜ କରିବା ଯୋଗୁଁ ସେ ବିଶେଷ ଅପମାନିତ ହେବା ସହ ସମ୍ମାନରେ ଆଂଚ ଆସିଅଛି । ଏ ସମ୍ପର୍କରେ ବି.ଡି.ଓ. ଶ୍ରୀ ମଲ୍ଲୀକଙ୍କୁ ପଚାରିବାରୁ ସହକାରୀ ଯନ୍ତ୍ରୀଙ୍କୁ ତଦନ୍ତ କରିବାକୁ ଦେଇଛନ୍ତି ବୋଲି କହିଲେ । ଏହି ଘଟଣାର ଭିଜିଲାନ୍ସ ତଦନ୍ତ କରିବା ନିମନ୍ତେ ଗ୍ରାମବାସୀ ଦାବି କରିବା ସହିତ ଜିଲ୍ଲାପାଳ ଘଟଣା ସ୍ଥଳକୁ ଆସି ସରଜମିନ୍ ତଦନ୍ତ କରନ୍ତୁ ଦାବୀ କରିଛନ୍ତି ।
ରିପୋର୍ଟ-ଲିଙ୍ଗରାଜ ପଣ୍ଡା

Related Posts

About The Author

Add Comment