ସମ୍ବଲପୁର ୧୫ /୧୨/୨୫ (ସନ୍ଧାନ ନ୍ୟୁଜ ): ପଶ୍ଚିମ ଓଡିଶାର ଅଧିକାଂଶ ବିଶ୍ୱବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡିଛି ।ଆବଶ୍ୟକତା ଅନୁସାରେ ନୂଆ ନିଯୁକ୍ତି କରାଯାଉନାହିଁ କିମ୍ବା ପଦୋନ୍ନତି ମାଧ୍ୟମରେ ପଦ ପୂରଣ କରାଯାଉନାହିଁ । ଫଳରେ ଗୁଣାମକ ଶିକ୍ଷା ପ୍ରଭାବିତ ହେବା ସହ ଗବେଷଣାରେ ବାଧା ସୃଷ୍ଟି ହେଉଛି ।ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଭଳି ଉଚ୍ଚଶିକ୍ଷାନୁଷ୍ଠାନ ନାକ୍ ଗ୍ରେଡ୍ ନ ପାଇବା ପଛରେ ଏହା ପ୍ରମୁଖ କାରଣ ହୋଇଥିଲାବେଳେ ସରକାର ଉଚ୍ଚଶିକ୍ଷା କ୍ଷେପରିବତ୍ତନ ଆଣିଥିବା କହୁଛନ୍ତି;କିନ୍ତୁ ଉଚ୍ଚଶିକ୍ଷାନୁଷ୍ଠାନର ଏହି ମୋଳିକ ଅଭାବ ଅସୁବିଧା ପ୍ରତି ଧ୍ୟାନ ନଦେବା ପରିତାପର ବିଷୟ ହୋଇଛି । ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୨୭୮ଟି ଅନୁମୋଦିତ ପ୍ରଫେସର ପଦ ରହିଥିଲାବେଳେ ଅଛନ୍ତି ମାତ୍ର ୩୮ ।ସେଥିରୁ ପଶ୍ଚିମ ଓଡିଶାର ବିଶ୍ୱବିଦ୍ୟାଳୟଗୁଡିକରେ ଏହି ସଂଖ୍ୟା ଖୁବ୍ କମ୍ ।ସମ୍ବଲପୁରରେ ମୁଖ୍ୟାଳୟ ଥିବା ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ (ଓସୁ)ରେ ୯ ଅନୁମୋଦିତ ପ୍ରଫେସର ପଦ ଥିଲେ ହେଁ ଏଠାରେ ଜଣେ ହେଲେ ନାହାନ୍ତି । କଳାହାଣ୍ଡିର ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ୧୬ଟି ଅନୁମୋଦିତ ପଦ ଥିଲାବେଳେ ସବୁଗୁଡିକ ଶୂନ୍ୟ ରହିଛି । ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୮ଟି ଅନୁମୋଦିତ ପଦ ଥିବାବେଳେ ସେଠାରେ ମଧ୍ୟ ସବୁ ପଦ ଫାଙ୍କା । ସମସ୍ତ ତିନିଟି ନୂତନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଶୂନ୍ୟ ରହିଛି । ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୨୩ଟି ଅନୁମୋଦିତ ପ୍ରଫେସର ପଦରୁ ୨ଜଣ କାର୍ଯ୍ୟରତ ।ଅନ୍ୟତମ ପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ଥିତି ମଧ୍ୟ ସମାନ ।ଏଠାରେ ୨୬ଟି ଅନୁମୋଦିତ ପ୍ରଫେସର ପଦ ଥିବାବେଳେ ଅଛନ୍ତି ମାତ୍ର୬ଜଣ । କେବଳ ପ୍ରଫେସର ପଦ ନୁହେଁ ଅଧିକାଂଶ ପୂଣ କାଳୀନ ଅଧ୍ୟପକ ପଦ ମଧ୍ୟ ଖାଲି ରହିଛି ।ଅନେକ ବିଭାଗ କେବଳ କ୍ଷେତ୍ରରେ ଅତିଥି ଅଧ୍ୟାପକ କାମ ଚଳାଉଛନ୍ତି । ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ମୂଳ ଲକ୍ଷ୍ୟ ଗବେଷଣା ଉପରେ ଗୁରୁତର ପ୍ରଭାବ ପଡୁଛି ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଅବସରପ୍ରାପ୍ତ ପ୍ରଫେସର କହିଛନ୍ତି । ପ୍ରଫେସରମାନଙ୍କ ଭୂମିକା ବିଶେଷ ଭାବେ ଗବେଷଣା କ୍ଷେତ୍ରରେ ମହ ପୂଣ ଥାଏ ମୌଳିକ ଗବେଷଣା ପରିଚାଳନା ଅଧ୍ୟୟନ ଡିଜାଇନ୍ ,ତଥ୍ୟ ସଂଗ୍ରୟ, ନିବଦ୍ ପ୍ରକାଶ,ପୁସ୍ତକ ଏବଂ ପିଏଚଡି ଛାତ୍ରମାନଙ୍କୁ ମାର୍ଗଦର୍ଶନ କରିବା ସେମାନଙ୍କ ଦାୟିତ୍ତ । ଏହାବ୍ୟତୀତ ପ୍ରଶାସନିକ ଏବଂ ସାଂଗଠନିକ ଦାୟିତ୍ତ,ନୌତିକ ବୋର୍ଡ,ଶୌକ୍ଷିକ ପରିଷଦର ନେତୃତ୍ୱ,ବିଶ୍ୱବିଦ୍ୟାଳୟ ପାଇଁ ନୀତି ନିଦ୍ଦାରଣ ,ଶିଳ୍ପ କିମ୍ବା ସରକାରଙ୍କ ସହିତ ସହଯୋଗ ଓ ବିଶେଷ ଭାବେ ପରାମର୍ଶ ଆଦି ପ୍ରଫେସର କାର୍ଯ୍ୟ । ବିଶ୍ୱବିଦ୍ୟାଳୟଗୁଡିକରେ ପ୍ରଫେସରଙ୍କ କାର୍ଯ୍ୟ । ବିଶ୍ୱବିଦ୍ୟାଳୟଗୁଡିକରେ ପ୍ରଫେସର ମରୁଡି ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁରୁତର ପ୍ରଭାବ ପକାଉଥିବା ଦେଖାଯାଉଛି ।ତୁରନ୍ତ ଉଚ୍ଚଶିକ୍ଷା କତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟିଦେବା ଜରୁରୀ ହୋଇପଡ୍ଛି ।
ପଶ୍ଚିମ ଓଡିଶାରେ ପ୍ରଫେସର ସଙ୍କଟ
|
December 15, 2025 |



