“ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ନା ବିନାଶ ପରିଷଦ? ୨ ବର୍ଷରେ ଖର୍ଚ୍ଚ ହୋଇଛି ମାତ୍ର ୦.୧୯% ଅର୍ଥ!”

Spread the love

ସୁନ୍ଦରଗଡ ତା:୯/୪/୨୦୨୬(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) କାଗଜରେ କୋଟି କୋଟି, ବାସ୍ତବରେ ଶୂନ! ଭେଣ୍ଟିଲେଟରରେ ପଶ୍ଚିମ ଓଡ଼ିଶାର ବିକାଶ। ୧୦୨୦ କୋଟି ମଞ୍ଜୁର, ଖର୍ଚ୍ଚ ହେଲା ମାତ୍ର ୨ କୋଟି – ପଶ୍ଚିମ ଓଡ଼ିଶା ସହ ଏହା କେଉଁ ପ୍ରକାରର ପରିହାସ?”ପଶ୍ଚିମ ଓଡ଼ିଶାବାସୀଙ୍କ ସହ ବଡ଼ ଧୋକା! ପଶ୍ଚିମ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଗଠନ ହୋଇଥିବା ‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ (WODC) ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି। ସରକାରୀ ରିପୋର୍ଟ କହୁଛି ଏକ ଭୟଙ୍କର ସତ୍ୟ। ମଞ୍ଜୁର ଅର୍ଥ ୧୦୨୦ କୋଟି ଟଙ୍କା (ଗତ ୨ ବର୍ଷରେ) ଖର୍ଚ୍ଚ ଅର୍ଥ ମାତ୍ର ୨ କୋଟି ଟଙ୍କା! ମାତ୍ର ୦.୧୯% ଅର୍ଥ ବିକାଶ କାମରେ ଲାଗିଛି।କାହିଁକି ଏହି ଅବହେଳା? ନା ଅଛନ୍ତି ସ୍ଥାୟୀ ଅଧ୍ୟକ୍ଷ, ନା ଅଛି ଜନପ୍ରତିନିଧିଙ୍କ ଆନ୍ତରିକତା। ସରକାର ବଦଳିଲେ ବି ପଶ୍ଚିମ ଓଡ଼ିଶାର ଭାଗ୍ୟ ବଦଳୁନି। ପୂର୍ବ ସରକାର ଅବହେଳା କରିଥିଲେ, ଆଉ ଏବେକାର ସରକାର ଏହାକୁ ‘ଭେଣ୍ଟିଲେଟର’ରେ ରଖିଛନ୍ତି। କେବେ ମିଳିବ ପଶ୍ଚିମ ଓଡ଼ିଶାକୁ ତାର ହକ୍? କେବେ ଶେଷ ହେବ ଏହି ପ୍ରଶାସନିକ ଶିଥିଳ ।

Related Posts

About The Author

Add Comment