ପଶ୍ଚିମବଙ୍ଗ ସଡ଼କ ଦୁର୍ଘଟଣାରେ ୪ ଓଡ଼ିଆ ମୃତ

Spread the love

ଭୁବନେଶ୍ଵର, ୨୪/୦୩ (ସନ୍ଧାନ ନିୟୁଜ) : ପଶ୍ଚିମବଙ୍ଗର ନେକୁରସୁନିଠାରେ ଦୁର୍ଘଟଣା ଘଟି ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତାହତ ବ୍ୟକ୍ତିମାନେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଓ ଖଇରା ଅଞ୍ଚଳର ବୋଲି ଜଣାପଡ଼ିଛି।

କୋଲକାତାକୁ ବୁଲିବାକୁ ଯାଇଥିବା ସେଇ ବ୍ୟକ୍ତିମାନେ ଆଜି କାର ଯୋଗେ ଫେରୁଥିଲେ। ପୂର୍ବାହ୍ନ ୧୧ଟା ସମୟରେ ଦାନ୍ତୁନର ନେକୁରସୁନିଠାରେ ଗାଡ଼ି ଆଗକୁ ଏକ ଷଣ୍ଢ ଚାଲିଆସିଥିଲା। ଡ୍ରାଇଭର ତା’କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ଗାଡିଟି ଆଗରେ ଯାଉଥିବା ଏକ ଟ୍ରକର ପଛରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା।

Related Posts

About The Author

Add Comment