ପଶୁ ବି ବୁଝୁଛି ସମ୍ପର୍କର ମୂଲ୍ୟ

Spread the love

ଢେଙ୍କାନାଳ/୨୪/୦୩/(ସନ୍ଧାନ ନିୟୁଜ୍ ) ଆଜିର ଅଲୋଡା ଦୁନିଆରେ କେର୍ହି କାହାରି ନୁହନ୍ତି । କେଉଁଠି ଜନ୍ମକଲା ଶିଶୁ ପୁତ୍ରକୁ ମା ପିଙ୍ଗି ଦେଉଛି ତ କେଉଁଠି ବୁଦ୍ଧା ଅବସ୍ଥାରେ ମା କୁ ଛାଡି ପରକରିଦେଉଛି ପୁଅ । ହେଲେ ଆମେ ଯେଉଁ ଘଟଣା ସମ୍ପର୍କରେ କହିବୁ ତାହା ହେଉଛି ମାଙ୍କଡ କିଭଳି ନିଜର ଭଲପାଇବା ପ୍ରକାଶ କରି ମୃତ ହେବା ପରେ ମଧ୍ୟ ଶବକୁ ପୋଡିବାକୁ ଛାଡିନାହିଁ । ଏଭଳି ଦୃର୍ଶ ଅତି ହୃଦୟ ବିଦାରକ ଥିବା ବେଳେ ଡେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ଅନ୍ତର୍ଗତ ବରଦା ନିକଟସ୍ଥ କୁଶିଦା ଗ୍ରାମର ଦେଖିବାକୁ ମିଳିଛି । ଏହି ଗ୍ରାମର କୁମୁଦିନୀ ସାହୁଙ୍କ ଦେହାନ୍ତ ହେବା ପରେ ତାକୁ ସଂସ୍କାର କରିବାକୁ କୋକେଇ ସଜା ହୋଇ ନେବାକୁ ଚାହିଁଥିଲେ ପରିବାର ଏବଂ ଗ୍ରାମବାସୀ । ହେଲେ କେୁଉର୍ଠି ଥିବା ଏକ ମାଙ୍କଡ ହଠାତ ଆସି ଶବକୁ ଛାଡିନଥିଲା । ଗ୍ରାମବାସୀ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଶବକୁ ଧରି ବସି ରହିଥିବା ମାଙ୍କଡ । ଏଭଳି ଦେଖି କୁମୁିଦିନଙ୍କ ସହିତ ଏହି ମାଙ୍କଡର କେତେ ନିବିଡ ସମ୍ପର୍କ ରହିଥିବା ତାହା ଧିରେ ଧିରେ ଚର୍ଚ୍ଚା ହେବାକୁ ଲାଗିଲା । ପରେ ମାଙ୍କଡକୁ ମୃତ କୁମୁଦିନଙ୍କ ଶବରୁ କପଡା କଢ଼ାଯାଇ ଦେଖିବାକୁ ଦିଆଯାଇଥିଲା । ତାହା ପରେ ଗ୍ରାମବାସୀ ଶବ ସଂସ୍କାର କରିପାରିଥିଲେ । କୁଆଯାଉଛି ପୂର୍ବଜନ୍ମରୁ ଏହି ମାଙ୍କଡ ଏବଂ କମୁଦିନଙ୍କ ମଧ୍ୟରେ ରହିଥିବା ଅସୁମାରୀ ଭଲ ପାଇବା ।

ପ୍ରଶାନ୍ତ ସାମଲଙ୍କ ରିପୋର୍ଟ ସନ୍ଧାନ ନିୟୁଜ

Related Posts

About The Author

Add Comment