୨୨/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):ଆମ ରାଜ୍ୟର ପାଣି-ପବନ, ଗ୍ରାମ୍ୟ ଜୀବନ ଆଦିଙ୍କ ସରଳ ଭାଷା ଓ ଛନ୍ଦରେ ରୂପାୟିତ କରିଯାଇଛନ୍ତି ‘ପଲ୍ଲୀକବି ନନ୍ଦକିଶୋର ବଳ(ଜନ୍ମ: ୨୨ ଡିସେମ୍ବର ୧୮୭୫; ମୃତ୍ୟୁ: ୧ ଜୁଲାଇ ୧୯୨୮)। ତାଙ୍କ କବିତାଗୁଡ଼ିକରେ ପଲ୍ଲୀ ଜୀବନ ଓ ପଲ୍ଲୀ ପ୍ରକୃତିର ଅପୂର୍ବ ବର୍ଣ୍ଣନା ଦେଖିବାକୁ ମିଳେ ତାଙ୍କ ପଦ୍ୟଗୁଡ଼ିକର ମୂଲ୍ୟାୟନ କରି ‘ବ୍ୟାସକବି‘ ଫକୀରମୋହନ ଲେଖିଥିଲେ- “ପଢ଼ିଗଲି ବେଗେ ପଲ୍ଲୀ ପ୍ରସଙ୍ଗ ବାରତା, କେହି କେବେ କହିନାହିଁ ଏ ପ୍ରକାର କଥା’ ଫକୀରମୋହନଙ୍କ ସହ ତାଙ୍କର ବ୍ୟକ୍ତିଗତ ସ୍ତରର ବନ୍ଧୁତା ଥିଲା । ବାଲେଶ୍ବରରେ ନନ୍ଦକିଶୋର ଚାକିରି କରୁଥିବା ବେଳେ ଫକୀରମୋହନ କର୍ମମୟ ଜୀବନରୁ ଅବସର ନେଇ, ସେଠାରେ ବାସକରୁଥିଲେ । ଦୁହେଁ ଏକତ୍ର ସାହିତ୍ୟ ଆଲୋଚନାକୁ ଅଧିକ ସମୟ ଦେଉଥିଲେ । ନନ୍ଦକିଶୋର ବର୍ଣ୍ଣିତ ଏକ ବାସ୍ତବ ଘଟନା ଉପରେ ଫକୀରମୋହନ ରଚନା କରିଥିଲେ ‘ମାମୁ‘ । ମାହାଙ୍ଗା ଅନ୍ତର୍ଗତ କୁସୁପୁରରେଜନ୍ମିତ ନନ୍ଦକିଶୋରଙ୍କ ପିତାଙ୍କ ନାମ ଭଜନାନନ୍ଦ ଜେନା ଓ ମାତାଙ୍କ ନାମ ହିରଣ୍ମୟୀ ଦେବୀ ଶୈଶବରେ ସେ ରସାନନ୍ଦ ଜେନା ନାମରେ ପରିଚିତ ଥିଲେ। ପିଉସୀଙ୍କ ପୋଷ୍ୟପୁତ୍ର କରିନେବା ପରେ ନାମ ବଦଳି ହୋଇଥିଲା ନନ୍ଦକିଶୋର ବଳା ବାଲ୍ୟ ଜୀବନ କଟିଥିଲା କୁସୁପୁରରେ ଗାଁ ସ୍କୁଲ୍ରୁ କଟକର ଟାଉନ୍ ସ୍କୁଲ୍, ରେଭେନ୍ସା କଲେଜିଏଟ୍ ସ୍କୁଲ୍, କେନ୍ଦ୍ରାପଡ଼ା ଉଚ୍ଚ ଇଂରେଜୀ ବିଦ୍ୟାଳୟ ଓ ରେଭେନ୍ସା କଲେଜ୍ । ଏହି ସମୟରେଆଜି ସେ ସାହିତ୍ୟ ସୃଷ୍ଟି ପାଇଁ ଆଗ୍ରହୀ ହୋଇଥିଲେ। ସେତେବେଳେ ସାହିତ୍ୟ ଚର୍ଜା ନିମନ୍ତେ ‘କଟକ ଆଲୋଚନା ସଭା’ ନାମକ ଅନୁଷ୍ଠାନଟିଏ ସକ୍ରିୟ ଥାଏ । ଏହି ଅନୁଷ୍ଠାନ ସହ ସଂପୃକ୍ତ ହେବା ପରେ ନନ୍ଦକିଶୋରଙ୍କ ସାରସ୍ଵତ ଜୀବନ ପରିପୁଷ୍ଟ ହୋଇଥିଲା । ନିଜର ପ୍ରଥମ ପ୍ରବନ୍ଧକୁ ପରେ କବିତା ରୂପ ଦେଇଥିଲେ ଏବଂ ସେଇଟି ହେଉଛି ‘ପଲ୍ଲୀ ଚିତ୍ର । ୧୮୯୮ରେ ପ୍ରକାଶିତ ‘ପଲ୍ଲୀଚିତ୍ର‘ ତାଙ୍କର ପ୍ରଥମ କାବ୍ୟ ଗ୍ରନ୍ଥ । ନିର୍ଝରିଣୀ‘, ‘ଚାରୁଚିତ୍ର‘, ‘ବସନ୍ତ କୋକିଳ‘, ‘ତରଙ୍ଗିଣୀ‘, ‘ଜନ୍ମଭୂମି‘, ‘ନିର୍ମାଲ୍ୟ ଆଦି ତାଙ୍କର ଅନ୍ୟ ଶ୍ରେଷ୍ଠ କୃତି। ତାଙ୍କ ଦ୍ବାରା ଲିଖିତ ଏକମାତ୍ର ଉପନ୍ୟାସ ‘କନକଲତା‘ ମଧ୍ୟ ପଲ୍ଲୀଭିଷିକା ।
ପଲ୍ଲୀକବି ନନ୍ଦକିଶୋର ବଳ
|
December 22, 2020 |