ରାଉରକେଲା, ୦୩/୧୨ (ସନ୍ଧାନ ନିଉଜ) : ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଓଡ଼ିଶାର କିଛି ସହରରେ ପଲିଥିନ ବ୍ୟବହାର ନିଷିଦ୍ଧ ହୋଇ ସାରିଥିଲେ ସୁଦ୍ଧା ଅଦ୍ୟାବଧି ଏହାର ବ୍ୟବହାର ଲୁଚାଚୋରାରେ ହେଉଛି ଯାହାକି ସାରନଗରୀ ଅଂଚଳରେ ପ୍ରଦୂଷଣର କାରଣ ସାଜିଛି । କିଛି ବଜାରରେ ଛୋଟ ବେପାରୀ ମାନେ ପ୍ରଶାସନର ଅଗୋଚରେ ପଲିଥିନ ବ୍ୟବହାର କରିବା ଦେଖାଯାଉଛି । ଏନେଇ ଯଦିଓ ରାଉରକେଲା ମହାନଗର ନିଗମ ପକ୍ଷରୁ ପୂର୍ବରୁ ସଚେତନତା କରାଯାଇ ଜନସାଧାରଣଙ୍କୁ ଅବଗତ କରାଯାଇଛି, ତଥାପି ଦକ୍ଷିଣ ରାଉରକେଲା ନିକଟବର୍ତୀ ବିଭିନ୍ନ ଗ୍ରାମାଂଚଳରେ ବସବାସ କରୁଥିବା ଗ୍ରାମବାସୀ ଏହି ପଲିଥିନ ନିଷିଦ୍ଧ ନିୟମ ବିଷୟରେ ସମୂର୍ଣ୍ଣ ଅଜଣା । ପ୍ରକାଶ ଥାଉକି, ସାରନଗରୀର କେତେକ ନିର୍ଦ୍ଦିଷ୍ଟ ଜାଗାରେ ପଲିଥିନ ବ୍ୟବହାର ଖୁଲ୍ଲମଖୋଲା ହେଉଥିବା ଦେଖିବାକୁ ମିଳିଛି । କେତେକ ନିର୍ଦ୍ଦିଷ୍ଟ ଜଳଖିଆ ଦୋକାନ, ତେଜରାତି ଦୋକାନରେ ଏବେ ମଧ୍ୟ ପଲିଥିନ ବ୍ୟବହାର ଚାଲୁଥିବା ଜଣାପଡିଛି । କେତେକ ଦୋକାନରେ ଜରି ଗ୍ଲାସରେ ଚା ଗ୍ରାହକଙ୍କୁ ଦିଆଯାଉଛି । ଯାହାକି ପଲିଥିନ ନିୟମ ଧର୍ମକୁ ଆଖିଠାର କହିଲେ ଭୂଲ ହେବ ନାହିଁ ।
ପଲିଥିନ ବ୍ୟବହାରରୁ ନିସ୍ତାର ନାହିଁ, ସମସ୍ୟାରେ ଅଂଚଳବାସୀ
|
December 3, 2019 |