ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ନୂଆଗଡ ଗୁମ୍ଫା

Spread the love

ରଗଡି,୨୨/୧୧ (ସନ୍ଧାନ ନିଉଜ) : ସମାନୁକ୍ରମେ ଐତିହାସିକ ପୀଠଗୁଡିକ ନିଜର ଗରିମା ହରାଇ ବସୁଛନ୍ତି । ରକ୍ଷଣାବେକ୍ଷଣ ଅଭାବ ଓ ପ୍ରଶୋସନର ଦୂରଦୃଷ୍ଟି ଅଭାବରୁ ନୂଆଗଡ ଭଳି ଏକ ପ୍ରାଚିନ ଗୁମ୍ଫା ସତ୍ତା ହରାଇବାକୁ ବସିଲାଣି । ଗଦାକ୍ଷେତ୍ର ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା । ଯାଜପୁରରେ ରହିଛି ବହୁ ବୋ÷ଧକିର୍ତ୍ତି । ଦେଶବିଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । କୋରେଇ ବ୍ଲକ ତଳଗଡ ପଂଚାୟତ ନୂଆଗଡରେ ଜୈନକ୍ଷେତ୍ର । ଏଠାକାର ଗୁମ୍ଫା ବହୁ ପ୍ରାଚିନ । ଜିଲ୍ଲାର ବ୍ୟାସନଗର ରେଳ ଷ୍ଟେସନ ଠାରୁ ମାତ୍ର ୩ କି.ମି. ଦୂର କେନ୍ଦୁଝର ଯିବା ବାଟରେ ପଡେ ନୂଆଗଡ ଗୁମ୍ଫା । ୨୦ ନମ୍ବର ଜାତୀୟ ରାଜପଥର ଗୋଲେଇ ଛକଠାରୁ ମାତ୍ର ୧୦୦ ମିଟର ଦୂରରେ ଅବସ୍ଥିତ ଏହି ଜୈନ ଗୁମ୍ଫା । ଏହି ଗୁମ୍ଫାର ପୂର୍ବ ପଟରେ ମାତ୍ର ୫୦୦ ମିଟର ଦୂରରେ ଅବସ୍ଥିତ ମା ପଦ୍ମାରାଣୀଙ୍କ ପୀଠ । ମା ପଦ୍ମାରାଣୀ ଜୈନଙ୍କର ମୁଖ୍ୟ ଆରାଧ୍ୟ ଥିଲେ । ପୁନଶ୍ଚ ଏହାର ଉତରକୁ ୧ କି.ମି. ଦୂରରେ ମା ବ୍ରାହ୍ମଣୀଦେବୀଙ୍କ ପୀଠ । ଜନଶ୍ରୁତିରୁ ଜଣାଯାଏ ଯେ କେନ୍ଦୁଝରଗଡ ରାଜା ମା ଙ୍କ ସ୍ୱପ୍ନାଦେଶ ପାଇ ଜଙ୍ଗଲ ମଧ୍ୟରେ ଏକ ମନ୍ଦିର ନିର୍ମାଣ କରିଥିଲେ । ବ୍ରାହ୍ମଣୀଦେବୀ ପୀଠରେ ଅନେକ ପ୍ରସ୍ତର ସ୍ତମ୍ଭ ଦେଖିବାକୁ ମିଳେ । ଜୈନଙ୍କର ଏକଥା ଏକପ୍ରକାର ସ୍ପଷ୍ଟ । ବାରମ୍ବାର ଜୈନ ଧର୍ମାବଲମ୍ବୀଙ୍କର ବାହ୍ମଣୀଦେବୀକୁ ଆସିବା ଏହାକୁ ପ୍ରମାଣିତ କରେ । ନୂଆଗଡ ଗୁମ୍ପା ପ୍ରାୟତଃ ୧୨ ଶତାବ୍ଦୀର । ଜୈନ ଧର୍ମାବଲମ୍ବୀ ସନ୍ୟାସୀଙ୍କର ଏହି ଗୁମ୍ଫା ତପସ୍ୟା ତଥା ବାସସ୍ଥଳୀ ଥିବାର ପ୍ରମାଣ ମଧ୍ୟ ମିଳେ । ପ୍ରାୟତଃ ୭୦/୮୦ ବର୍ଷ ତଳେ କେତେକ ସନ୍ୟାସୀ ଗୁମ୍ଫାରୁ ବାହାରୀ ବାହାରେ ବିଚରଣ କରୁଥିବାର କେତେକ ଦେଖିବା କଥା ଶୁଣାଯାଏ ।ଏହି ଗୁମ୍ଫାର ଗୁପ୍ତ ଦ୍ୱାର ବ୍ୟାସସରୋବର ସହ ସଂପୃକ୍ତ ଥିବା ଅନେକ ବୟୋଜେଷ୍ଠ ବ୍ୟକ୍ତି ପ୍ରକାଶ କରନ୍ତି । ସମାଜରେ ବୈାଦ୍ଧଧର୍ମ ଓ ଜୈନଦ୍ଧର୍ମ କାୟାବିସ୍ତାର କରିବା ହେତୁ ବୈଦିକ ବ୍ରାହ୍ମଣଙ୍କର ଅସ୍ତିତ୍ୱ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ସେମାନଙ୍କ ଜୀବିକା ବିପନ୍ନ ହେବାକୁ ଲାଗିଲା । ସେଥିପାଇଁ ସେମାନେ ଜୈନ ମାନଙ୍କୁ ବିରୋଧାଚରଣ କରିବା ଅନେକ ଜନଶୃତି ରହିଛି । ନିକଟସ୍ଥ କୁଆଁରଦା ଗ୍ରାମରୁ ନିକଟ ଅତୀତରେ ଏକ ଜୈନ ମୂର୍ତ୍ତି ମିଳିଥିଲା । ଅଂଚଳଟି ଜୈନ ଧର୍ମାବଲମ୍ବୀଙ୍କ ଆବାଶସ୍ଥଳୀ ଥିବା ପ୍ରମାଣିତ ହୁଏ । ଭୈାଗଳିକ ବାତାବରଣ,ଐତିହାସିକ ଶ୍ରୁତି ଏବଂ ସାମାଜିକ ଅବସ୍ଥିତିର ଅନୁଧ୍ୟାନରୁ ଏହା ସ୍ପଷ୍ଟ ପ୍ରତିତ ହୁଏ ଯେ ନୂଆଗଠ ଗୁମ୍ଫା ଏକ ପ୍ରାଚିନ ରହଶ୍ୟମୟ ଆଧ୍ୟାତ୍ମିକ ପର୍ଯ୍ୟଟନକ୍ଷେତ୍ର । ଏହି କ୍ଷେତ୍ରରେ କ୍ଷେତ୍ରାଧିଶ୍ୱରୀ ସ୍ୱଂୟ ମା ବ୍ରାହ୍ମଣୀଦେବୀ । ପ୍ରସାଶନ ଅଢୁଆଳରେ ରହିଆସିଥିବା ଏହି ପ୍ରାଚୀନ ଜୈନଗୁମ୍ଫା ଆଜି ଳୁପ୍ତ ହେବାକୁ ବସିଛି । ସଂଧ୍ୟା ହେଲେ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡା ଜମୁଛି । ପ୍ରସାାନର ୁଦାସୀନତା ଯୋଗୁଁ ଜବରଦଖଲ ବଢି ବଢି ଚାଲିଛି । ଏହି ସ୍ଥାନଟି କ୍ରମଶଃ ସଂକୁଚିତ ହେବାରେ ଲାଗିଛି । ବ୍ୟାସନଗର ଭଳି ଏକ ଶିଳ୍ପ ସମୃଦ୍ଧ ସହରରେ ପ୍ରାୟ ୮୦୦ ବର୍ଷର ପୁରୁଣା ଏହି କିର୍ତ୍ତୀରାଜୀ ଆଜି ଜନମାନସରୁ ବିସ୍ମୃତ ହେବାକୁ ବସିଛି । ଏହି ସ୍ଥାନର ବିକାଶ ଓ ସଂରକ୍ଷଣ କରାଯାଇପାରିଲେ ପର୍ଯଟନସ୍ଥଳୀର ମାନ୍ୟତା ପାଇପାରନ୍ତା ବୋଲି ବହୁ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment