ପରେଡ୍‌ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ କଟକଣା 

Spread the love
ରାଉରକେଲା, ୨୩/୦୧/୨୦ (ସନ୍ଧାନ ନିଉଜ) : ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହେବ। ଏହାର ଶୃଙ୍ଖଳିତ ପରିଚାଳନା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ପରିଚାଳନା ମାର୍ଗଦର୍ଶିକା ଜାରି କରାଯାଇଛି।  ୨୪ ତାରିଖ ସକାଳ ୭ଟାରୁ ୧୦ଟା ୩୦ ମଧ୍ୟରେ ପରେଡ୍‌ ଅଭ୍ୟାସ ହେବ । ଏହି ସମୟରେ ମଧ୍ୟ ଜାରି ହୋଇଥିବା କଟକଣା ବଳବତ୍ତର ରହିବ।  ଧାର୍ଯ୍ୟ ଜାଗାରେ ପାର୍କିଂ ନ କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । କୌଣସି ଗାଡ଼ିକୁ ମାଷ୍ଟରକ୍ୟାଣ୍ଟିନ୍‌ ଦେଇ ଗାନ୍ଧୀମାର୍ଗକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସଚିବାଳୟ ମାର୍ଗରେ ହାଉସିଂବୋର୍ଡରୁ ପିଏମ୍‌ଜି ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ରବୀନ୍ଦ୍ର ମଣ୍ଡପ ପୂର୍ବରୁ ବାମପଟକୁ ବୁଲିଯିବେ ।

Related Posts

About The Author

Add Comment