ପରୀକ୍ଷାରେ କମ ନମ୍ବର ରଖିଥିବାରୁ ନଈକୁ ଡେଇଁଲା ଛାତ୍ରୀ

Spread the love

ଯାଜପୁର ସଦର, ୧୪/୦୭ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ପଂଚାୟତ ବାଉଁଶଅଣ୍ଟା ଗ୍ରାମର ବିଜୟ ପାକକରାୟାଙ୍କ ଝୀଅ ତିଳୋତ୍ତମା ଏବର୍ଷ ମାଟ୍ରିକ ପରିକ୍ଷା ଦେଇ କମନମ୍ବର ରଖିଥିବାରୁ ନଈରେ ଡେଇଁ ନିଖୋଜ ହେବା ଘଟଣା ଏହି ବ୍ଲକରେ ଚହଳ ପକାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ଜହ୍ନଁ ପଂଚାୟତ ଛୋଟରାୟରେ ମାମୁଁ ଘରେ ରହି ତିଳୋତ୍ତମା ପାଠ ପଢ଼ୁଥିଲେ । ଚଳିତ ବର୍ଷ ତିଳୋତ୍ତମା ମାଟ୍ରିକ ପରିକ୍ଷା ଦେଇଥରବା ବେଳେ, ୨୯୮ ମାର୍କ ରଖି ପାସ କରିଥିଲେ । ତିଳୋତ୍ତମା ନିଜ ଗ୍ରାମ ବାଉଁଶଅଣ୍ଟାକୁ ଆସିଥିବା ବେଳେ, ଦୋକାନରୁ ଦାନ୍ତଘଷା ପେଷ୍ଟ ଆଣିବାକୁ କହି ନଇକୁ ଡେଇଁବା ଘଟଣା ଶିବନ୍ତପୁର ଚହଳ ପକାଇଦେଇଛି । ଓଡ୍ରାଫ ଟିମ ଅଗ୍ନିଶ୍ରମ ବାହିନୀ ଘଟଣା ସ୍ଥଳରେ ପହଁଞ୍ôଚ ନଦୀରେ ବହୁ ଖୋଜା ଖୋଜି କରିବାପରେି ରିପୋର୍ଟ ଲେଖା ହେବା ବେଳକୁ ତିଳୋତ୍ତମାର କୌଣସି ସନ୍ଧାନ ମିଳିନଥିଲା । ଯାହା ଫଳରେ କୁଆଖିଆ ପୋଲିସ ମୃତୟନ କରାଯାଇଥିବା ବେଳେ, ତିଳୋତ୍ତମାର ସାଇକଲରେ ଘରୁ ଆସି ନଈକୁ ଡେଇଁ ଥିବା ସୂଚନା ମିଳିଚି । ଖରସ୍ରୋତା ନଦୀରେ ତିଳୋତ୍ତମା ପ୍ରଖର ସ୍ରୋତରେ ଭାସି ଯାଇଥିବା ଅନୁମାନ କରାଯାଉଚି । ରସୁଲପୁର ଦମକଳ ବାହିନୀ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତିଳୋତ୍ତମାର ସନ୍ଧାନ ମିଳିନଥିଲା । ଯାଜପୁରରୋଡ଼ ପୋଲିସ କୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ତିକ୍ଷ୍ଣ ନଜର ରଖିଥିଲେ । ତିଳୋତ୍ତମାର ମାମୁଁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ତିଳୋତ୍ତମା କମ ନମ୍ବର ରଖିଥିବାରୁ ଘରେ ପାଟିତୁଣ୍ଡ ହୋଇଥିଲା । ଓଡ୍ରାଫ ଟିମ ବହୁ ଖୋଜା ଖୋଜି କରୁଥିବା ବେଳେ, ରିିପୋର୍ଟ ଲେଖାହେବା ବେଳକୁ ତିଳୋତ୍ତମାର ସନ୍ଧାନ ମିଳିନଥିଲା ।

Related Posts

About The Author

Add Comment