ପରୀକ୍ଷାକେନ୍ଦ୍ର ଦୂରତାକୁ ନେଇ ଅବିଭାବକଙ୍କ ମହଲରେ ଅସନ୍ତୋଷ

Spread the love

ଚଣ୍ଡିଖୋଲ,(ସନ୍ଧାନ ନିୟୁଜ): ବଡ଼ଚଣା ବ୍ଲକ ଅନ୍ତର୍ଗତ କପାଷ୍ଟିକିରୀ ସ୍ଥିତ କପିଳେଶ୍ୱର ସଂସ୍କୃତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସେମାନଙ୍କ ଅବିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହି ବିଦ୍ୟାଳୟର ଦଶମ ଶ୍ରେଣୀ ମଧ୍ୟମ ପରୀକ୍ଷା କେନ୍ଦ୍ର ଚଳିତ ବର୍ଷ ୨୫ କିଲୋମିଟର ଦୂରରେ ପକାଯାଇଛି । ପୂର୍ବରୁ ସମ୍ପୃକ୍ତ ବିଦ୍ୟାଳୟର ପରୀକ୍ଷାକେନ୍ଦ୍ର ବଡ଼ଚଣା ସ୍ଥିତ ମହାବିନାୟକ ବିଦ୍ୟାୟନ ପରିସରରେ ଅନୁଷ୍ଠିତ ହେଉଥିଲା । ବିଦ୍ୟାଳୟଠାରୁ ଏହାର ଦୂରତା ୭କି.ମି ହେଉଥିଲା । ଚଳିତ ବର୍ଷ ପରୀକ୍ଷା କେନ୍ଦ୍ରକୁ ଧର୍ମଶାଳା ବ୍ଲକର ଧର୍ମଶାଳା ବାଣୀପୀଠ ଉଚ୍ଚ ବିଦ୍ୟାଳୟ ସ୍ଥିର କରାଯାଇଛି । ଯାହାକି ପରୀକ୍ଷା କେନ୍ଦ୍ରଠାରୁ ୨୫ କିଲୋମିଟର ଦୂରରେ । ଏହି ବିଦ୍ୟାଳୟରେ ୧୦ମଶ୍ରେଣୀରେ ୨୯ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ । ତେବେ କୋଭିଡ଼ କଟକଣା ଭିତରେ କିପରି ଏତେ ଦୂରରେ ଯାଇ ପରୀକ୍ଷା ଦେବେ ସେଥିନେଇ ଅବିଭାବକ ଓ ବିଦ୍ୟାଳୟ କତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି । ଏ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସାରାଦା ଗୋପାଳ ପଟ୍ଟନାୟକ, ସଭାପତି ପରମାନନ୍ଦ ମହାରଣା,ରାମଚନ୍ଦ୍ର ମଲ୍ଲିକ ପ୍ରମୁଖ ସମସ୍ତ ଅବିଭାବକମାନେ ଏ ସମ୍ପର୍କରେ ଚିଠି ଲେଖି ତୁରନ୍ତ ସମାଧାନ କରିବାକୁ ନିବେଦନ କରିଛନ୍ତି ।

Related Posts

About The Author

Add Comment