ପରୀକୁ ନ୍ୟାୟ ଦାବିରେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ

Spread the love
ବାରିପଦା, ୦୭/୧୨/୨୦୨୦ (ସନ୍ଧାନ ନିଉଜ) ମୟୂରଭଞ୍ଜ ଜିଲ୍ଲାର ବାରିପଦା ଜିଲ୍ଲାପାଳଙ୍କ ଜରିଆରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ କୁନୀ ଝିଅ ପରୀକୁ ନ୍ୟାୟ ମିଳୁ ବୋଲି କେଶରୀୟା ହିନ୍ଦୁ ବାହିନୀ ଏକ ଚିଠିପତ୍ର ଦେଇଥିଲେ ଏବଂ ମନତ୍ରି ଅରୁଣ ସାହୁ କୁସପୁତଳିକା କୁ ଦାହ କରି ପରୀକୁ ନ୍ଯୀୟା ମିଳୁ ବୋଲି ଆନ୍ଦୋଳନ କରିଥିଲେ l ଗତ 23/7/2020 ରେ ନୟାଗଡ ଜିଲ୍ଲା ଯଦୁପୁର ଗ୍ରାମର 5 ବର୍ଷର କୁନୀ ଝିଅ ଅମ୍ରିତା ସ୍ନେହା ସାହୁ (ପରୀ)କୁ ଅପହରଣ କରି ହତ୍ୟା କରାଯାଇଥିଲା l ତାଙ୍କର ଦେହାବଶେଷ ମିଳିବା ପରେ ମଧ୍ୟ ପୋଲିସ କୌଣସି  କାର୍ଯାନୁଷ୍ଠାନ କରିନଥିବାରୁ ତାଙ୍କ ପିତା ମାତା ସରକାର ପୋଲିସ ଉପରୁ ଆସ୍ତା ହରାଇ ବିଧାନସଭା ସମୁଖରେ ଗତ 24/11/20 ଆତ୍ମଦାହ ଉଦ୍ୟମ କରିଥିଲେ l ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ବାବୁଲି ନାଏକ ଓ ସେ ଆହୁରି ଅନେକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ ସତେ ମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କ ଛତ୍ରଛାୟା ରେ ଏହି ଜଘନ୍ୟ କାଣ୍ଡ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ ରହିଛି l ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କ୍ଷମତାର ଅପବ୍ୟବହାର କରି ତଦନ୍ତକୁ ଆରମ୍ଭରୁ ବାଟବଣା କରୁଥିବା ଅଭିଯୋଗ ସତେ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇ ନାହିଁ l ତେଣୁ ମନ୍ତ୍ରୀ ଅରୁଣ ସାହୁ କୁ ବରଖାସ୍ତ କରାଯାଉ ଏବଂ ପରୀ ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି କେଶରୀୟା ହିନ୍ଦୁ ବାହିନୀ ର ଜିଲ୍ଲା ମୁକ୍ଷୟ ସଚିବ ଦୀଲିପ ଦାସକଂ ସୁବ୍ରତ ମୁଖୀକଂ ଅଧକ୍ଷୟତା ରେ ଆନ୍ଦୋଳନ କରିଥିଲେ ।

Related Posts

About The Author

Add Comment