ରସୁଲପୁର,୦୫/୦୬/୨୦୨୨ (ସନ୍ଧାନ ନିଉଜ) : ଜିଲ୍ଲା ପରିବେଶ ସମିତି ଆନୁକୁଲ୍ୟରେ ରେ ଜିଲ୍ଲା ସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳନ ହୋଇଯାଇଛି । ରସୁଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ଉମାକାନ୍ତ ପରିଡ଼ା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉତ୍ସବ ର ଉଦଘାଟନ କରିଥିଲେ । ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ବୃକ୍ଷ ରୋପଣ କରିବା ସହିତ ସୁରକ୍ଷା ପ୍ରଦାନ କଲେ ପରିବେଶ ର ସୁଧାର ଆସିବ ଓ ଆଗାମୀ ପିଢ଼ି ପାଇଁ ଏକ ମାତ୍ର ପୃଥିବୀ ର ପରିବେଶ ସୁରକ୍ଷିତ ରହିପାରିବ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ର ଶାଖା ଅଧିକାରୀ ଇଂ ପ୍ରମୋଦ କୁମାର ବେହେରା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ କଠିନ ଆବର୍ଜନା ର ଉପଯୁକ୍ତ ପରିଚାଳନା କଲେ ରାସାୟନିକ ସାର, କୀଟନାଶକ ପରିବର୍ତ୍ତେ ସବୁଜ ଖତ, ଜିଆଖତ ଓ କମ୍ପୋଷ୍ଟ ବ୍ୟବହାର କଲେ ଜୀବଜନ୍ତୁ ମାନଙ୍କ ପାଇଁ ଓ ଆଗାମୀ ପିଢ଼ି ପାଇଁ ପରିବେଶ ସୁରକ୍ଷିତ ହୋଇ ରହିପାରିବ । ସମ୍ପାଦକ ଡାକ୍ତର ଶରତ କୁମାର ସାହୁ ପରିବେଶ ଦିବସ ପାଳନ ସମ୍ପର୍କରେ ଓ ଆଲୋଚନାଚକ୍ର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ମଳୟ କୁମାର ମିତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପଣ୍ଡିତ ଭୂପତି ଭୂଷଣ ମିଶ୍ର ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ । ସଂପୃକ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଉଦ୍ଘାଟନୀ ସଙ୍ଗୀତ ପରିବେଷଣ କରିଥିଲେ । ପରିବେଶ ସମିତି ଦ୍ଵାରା ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସମିତି ଦ୍ଵାରା ବଛା ଯାଇଥିବା ଆଠ ଜଣ ପ୍ରକୃତିବନ୍ଧୁ ମାନଙ୍କୁ ପୁରସ୍କାର ରାଶି ସହିତ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ପରିବେଶ ଶିକ୍ଷା କେନ୍ଦ୍ର, ଭୁବନେଶ୍ୱର ଦ୍ଵାରା ଅଭାସି ଜରିଆରେ ଅନୁଷ୍ଠିତ ସ୍ଲୋଗାନ, ପଦ୍ୟ ରଚନା, ପ୍ରବନ୍ଧ ଓ କୁଇଜ୍ ଇତ୍ୟାଦି ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅର୍ଥ ରାଶି ରେ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ପ୍ରଶିକ୍ଷକ ଡଃ ମହେଶ୍ୱର ଜେନା ସାମନ୍ତ , ବିଜୟ କୁମାର ସାହୁ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟବାଦୀ ପାତ୍ର ସମ୍ମାନିତ ଅତିଥିରୁପେ ଯୋଗ ଦେଇ ଉତ୍ସବ ପାଳନର ତାତ୍ପର୍ଯ୍ୟତା ବର୍ଣ୍ଣନା କରିଥିଲା ।ସଂପୃକ୍ତ ବିଦ୍ୟାଳୟ ର ଶିକ୍ଷକ ପ୍ରତାପ କୁମାର ପହି ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଉତ୍ସବ ପାଳନରେ ସହଯୋଗ କରିଥିଲେ । ଉତ୍ସବ ପାଳନ ଆରମ୍ଭରେ ବିଦ୍ୟାଳୟ ପରିସରରେ ଫଳ ଓ ଅଳଙ୍କାରିକ ଉଦ୍ଭିଦ ରୋପଣ ଅତିଥି ମାନଙ୍କ ଦ୍ଵାରା କରାଯାଇଥିଲା । ଆୟୋଜିତ ଆଲୋଚନା ଚକ୍ର ରେ ବିଭିନ୍ନ ବ୍ଲକ ରୁ ଇକୋ କ୍ଲବ୍ ର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ, ପ୍ରକୃତି ପ୍ରେମୀ ବ୍ୟକ୍ତି ଯୋଗ ଦେଇ ଆଲୋଚନା ଚକ୍ର ରେ ଭାଗ ନେଇଥିଲେ । ଶେଷରେ ଡଃ ମହେଶ୍ୱର ଜେନାସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।