ପରିବା ବଜାରରେ ନିଆଁ

Spread the love

ବାରିପଦା,ରରୁଆଁ ୨୦/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): କରୋନା ମହାମାରୀ ସାଙ୍ଗକୁ ଲଘୁଚାପଜନିତ ରରୁଆଁ ବ୍ଲକ୍‌ର ଲୋକଙ୍କ ଜୀବନ ଜୀବିକାକୁ ଗଭୀର ମାତ୍ରାରେ ପ୍ରଭାବିତ କରିଛି । ଆଦିବାସୀ ଅଧୁଷିତ ଏହି ବ୍ଲକର ଲୋକଙ୍କ ଆର୍ଥିକ ସ୍ଥିତି ଏବେ ବେହାଲ। ବର୍ଷ ପ୍ରଥମ ରୁ କରୋନା ଯୋଗୁ ଲୋକେ ରୋଜଗାର ହରାଇଲେ। ନିକଟରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ପରେ ବନ୍ୟା ଚାଷୀଙ୍କ ପେଟକୁ ଲାତ ମାରିଲା। ଉକ୍ତ ବନ୍ୟାରେ ଧାନ ଓ ପରିବା ଚାଷ ଉଜୁଡ଼ି ଯାଇଛି । ହାଟବଜାର ବନ୍ଦ ଥିବାରୁ କୁକୁଡ଼ା, ଛେଳି, ଗାଈଗୋରୁ ବିକ୍ରି କରି ଚଳୁଥିବା ଲୋକଙ୍କ ରୋଜଗାର ବାଟ ବନ୍ଦ ହୋଇଯାଇଛି । ଆଉ ଏମିତି ସ୍ଥିତିରେ ପରିବା ବଜାରରେ ଲାଗିଛି ନିଆଁ । ସ୍ଥାନୀୟ ବଜାରରେ ପରିବା ଦର ଏବେ ଆକାଶଛୁଆଁ ୫୦ଟଙ୍କା ତଳକୁ କୌଣସି ପରିବା ମିଳୁନି । ଯାହାର ସିଧା ପ୍ରଭାବ ପଡ଼ିଛି ହାଣ୍ଡିଶାଳ ଉପରେ ଗରିବ ଲୋକେ ଏମିତି ସ୍ଥିତିରେ ଖାଇବେ କଣ ବୋଲି ପ୍ରଶ୍ନ କଲେଣି।

Related Posts

About The Author

Add Comment