ରସୁଲୁପୁର, ୧୮/୧୦/୨୦ (ସନ୍ଧାନ ନିଉଜ) : ସମଗ୍ର ରାଜ୍ୟରେ ଜଣାଶୁଣା ଯାଜପୁର ଜିଲ୍ଲାର ରସୁଲୁପୁର ବ୍ଲକ ଅନ୍ତର୍ଗତ ବାରବାଟି ୧୬ନ ଜାତୀୟ ରାଜପଥ କଡରେ ଅବସ୍ଥିତ ଓଡ଼ଙ୍ଗ ଆଞ୍ଚଳିକ କୃଷକ ବଜ଼ାର । ଜିଲ୍ଲାର କୋଣ ଅନୁକୋଣ ରୁ ଚାଷୀ ନିଜର ବାଇଗଣ, ଭେଣ୍ଡି, କଖାରୁ, ଝୁଡଙ୍ଗ, ବିନ୍ସ, ଗାଜର, ସାରୁ, କୁନ୍ଦୁରି, ପୋଟଳ, ଫୁଲକୋବି, ବନ୍ଧାକୋବି,ଛଚିନ୍ଦ୍ରା, ମୂଳା, କାକୁଡି ଭଳି ପରିବା ବିକନ୍ତି । ଏହି ବଜ଼ାର ରୁ ବହୁ ଜିଲ୍ଲା କୁ ପରିବା ମଧ୍ଯ ଯାଏ । ହେଲେ ଏବେ ପରିବା କୁ ଦେଖିଲେ ଡର ଲାଗୁଛି ।ମହାମାରୀ କୋରନା ରେ ଶାଗ ମୁଗ ଦରରେ ଚାଷୀ ନିଜର ପନି ପରିବା କୁ ବିକି ମହାଜନ ର କରଜ ରେ ବନ୍ଧା ପଡିଥିବା ବେଳେ ପରେ ବିଲରେ ଲାଗିଥିବା କିଛି ଫସଲକୁ ବନ୍ୟା ଧୋଇ ଦେଇଛି । ଜିଲ୍ଲାରେ ପରିବା ପାଇଁ ଏବେ ଆନ୍ଦ୍ର ରୁ ,ସଜନା ଛୁଈ, କଲିକତା ରୁ ଝୁଡଙ୍ଗ,କଲରା, ଜହ୍ନି, ଲାଉ, କାକୁଡି, ମାଟିଆଲୁ, ବାଙ୍ଗାଲୋର ରୁ ଟମାଟୋ, କୋବି, ବିନ୍ସ, କ୍ୟାପ୍ସିକମ ଭଳି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ।ଏବେ ନିଜ ପେଟ ପାଇଁ ପରିବା ହାଟକୁ ଦେଖିଲେ ଡର ଲାଗୁଛି।ଏବେ ସବୁ ପରିବା ୫୦ଟଙ୍କା ରୁ ଉର୍ଦ୍ଧ୍ବ ।ସାଧାରଣ ଲୋକଟେ ପାଇଁ ଏବେ ପରିବା ସୁନା ଦର ଭଳି ଲାଗୁଛି।ସରକାର ଏ ଦିଗର ଧ୍ୟାନ ଦେଈ ପନି ପରିବା ମୂଲ୍ୟ କୁ କିଛି ମାତ୍ରାରେ ନିୟନ୍ତ୍ରଣ କୁ ଆଣିବାକୁ ସାଧାରଣ ରେ ଆଲୋଚନା ହେଉଛି
ପରିବା ଦର ଆକାଶ ଛୁଆଁ।ଚାଷୀ ବିକିଥିଲେ ୫ଟଙ୍କା କିଣୁଛି ୫୦
|
October 18, 2020 |