ପରିବାରର ବୋଝ ତିନି ଦୃଷ୍ଟିବାଧିତ ଦିବ୍ୟାଙ୍ଗ,(ମିଳୁନି ଦିବ୍ୟାଙ୍ଗ ଭତ୍ତା, ଶିକ୍ଷାରୁ ବଞ୍ଚିତ )

Spread the love

ରସୁଲୁପୁର , ୧୮/୧୦/୨୦ (ସନ୍ଧାନ ନିଉଜ) : ଶିକ୍ଷା ହିଁ ସଭ୍ୟତାର ମାପକାଠି, ତେଣୁ ଶିକ୍ଷା ଗ୍ରହଣ ପରେ ଜଣେ ସ୍ବାବଲମ୍ବି ହୋଇପାରିବ, ତେଣୁ ଶିକ୍ଷାକୁ ମୌଳିକ ଅଧିକାର ବୋଲି କୁହାଯାଇଛି। ସେଥିପାଇଁ ଶିକ୍ଷା ଅଧିକାର ଆଇନ୍ ଅନୁସାରେ ପ୍ରତି ଶିଶୁ ଅତି କମରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ଆବଶ୍ୟକ। ହେଲେ ରସୁଲପୁର ବ୍ଳକ ମହେଶ୍ୱରପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମରେ ତିନି ଦିବ୍ୟାଙ୍ଗ ନିରକ୍ଷର ହେବା ଏକ ନିନ୍ଦନୀୟ ଘଟଣା। ସୂଚନା ଅନୁଯାୟୀ ଏହି ଗ୍ରାମରେ ରହନ୍ତି ଛବି ବେହେରାଙ୍କ ପରିବାର। ଛବି ଜଣେ ଦିନମଜୁରିଆ ଯେକି ମୂଲ ମଜୁରୀ ଲାଗି ନଅଜଣିଆ ପରିବାରର ଭରଣା ପୋଷଣ କରନ୍ତି। ତାଙ୍କ ଛଅ ପିଲାଙ୍କ ମଧ୍ୟରୁ ତିନି ଜଣ ଦୃଷ୍ଟିବାଧିତ ଦିବ୍ୟାଙ୍ଗ, ଜନ୍ମରୁ ଦୃଷ୍ଟି ହରାଇଥିବା ଏହି ତିନିଜଣ ଏବେ ପରିବାର ପାଇଁ ବୋଝ ହୋଇଛନ୍ତି। ଛବିଙ୍କ ତିନୋଟି ପୁଅ ପ୍ରଭାକର ବେହେରା (୨୧ବର୍ଷ), ବିକାଶ ଓ ପ୍ରକାଶ ବେହେରା ଜମଜ ଭାଇ (୧୧ବର୍ଷ ) ଶତ ପ୍ରତିଶତ ଦୃଷ୍ଟିହୀନ ଦିବ୍ୟାଙ୍ଗ, ସେମାନଙ୍କ ମଧ୍ୟରୁ ବଡପୁଅ ପ୍ରଭାକର ନବମ ଯାଏଁ ପାଠ ପଢିଛନ୍ତି,କିନ୍ତୁ ବିକାଶ ଓ ପ୍ରକାଶ ବେହେରା ଏଯାଏଁ ବିଦ୍ୟାଳୟ ଯାଇନାହାନ୍ତି । ସରକାର ଦିବ୍ୟାଙ୍ଗ ଭତ୍ତାରେ ପ୍ରଭାକରଙ୍କୁ ମାସକୁ ୭୦୦ ଟଙ୍କା ମିଳୁଥିବା ବେଳେ ଜମଜ ଭାଇ ବିକାଶ ଓ ପ୍ରକାଶଙ୍କର ଆଧାର କାର୍ଡ ନଥିବାରୁ ଏଯାଏଁ ମିଳିନାହିଁ ଦିବ୍ୟାଙ୍ଗ ଭତ୍ତା । ପରିବାରର ଏକ ରେସନ କାର୍ଡ ଅଛି ଯେଉଁଥିରେକି ଛଅଜଣଙ୍କ ନାମ ରହିଛି, ତେଣୁ ପ୍ରତିମାସ ୩୦କିଗ୍ରା ଚାଉଳ ମିଳୁଛି, ସରକାରୀ ଆବାସିକ ଯୋଜନାରେ ମଧ୍ୟ ଘରଟିଏ ମିଳିଛି, ଯେଉଁଥିରେ କି ପରିବାରଟି ଖୁସିରେ ରହୁଛନ୍ତି। କିନ୍ତୁ ଏଠାରେ ତିନି ଦିବ୍ୟାଙ୍ଗ ପୁଅମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଛବି । ଦୁଇ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ପୁଅଙ୍କୁ ଭତ୍ତା ଯୋଗାଇ ଦେବା ସହ ରେସନ୍ କାର୍ଡରେ ଆଉ ତିନି ଜଣଙ୍କ ସଦସ୍ୟଙ୍କ ନାମ ଯୋଡିବା ପାଇଁ ଛବି ନିବେଦନ କରିଛନ୍ତି। ଛବି ନିଜେ ନିରକ୍ଷର ହୋଇଥିବାରୁ ପିଲାମାନଙ୍କ ପାଠପଢ଼ା ବିଷୟରେ କିଛି କହି ନଥିଲେ। ଏଠାରେ ଉଲ୍ଲେଖ ଥାଉକି କେବଳ ଦିବ୍ୟାଙ୍ଗ ମାନଙ୍କୁ ଭତ୍ତା ଓ ଚାଉଳ ଗଣ୍ଡେ ଦେଇ ସେମାନଙ୍କୁ ସମାଜରେ ମୂଖ୍ୟ ସ୍ରୋତ କରାଯାଇ ପାରିବନାହିଁ ।ତେଣୁ ଏଭଳି ପିଲାମାନଙ୍କ ପାଇଁ ବିଦ୍ୟାଳୟ ସ୍ତରୀୟ କମିଟିରେ ସରପଞ୍ଚ ତତବଧାନ ଶିକ୍ଷା ସହିତ ସାମିଲ କରିବାର ଆବଶ୍ୟକତା ରହିଛି। ପୂର୍ବରୁ ପ୍ରଭାକର ନିକଟସ୍ଥ ସିଏମ ହାଇସ୍କୁଲରେ ପାଠ ପଢୁଥିବା ବେଳେ ତାର ଶିକ୍ଷାକୁ ନେଇ ନା ବିଦ୍ୟାଳୟ ନା ପଞ୍ଚାୟତ ସଚେତନତା ଥିଲେ ,ସେଥିପାଇଁ ନବମ ଶ୍ରେଣୀରେ ପଢୁଥିଲା ବେଳେ ତାକୁ ଅଷ୍ଟମ ଶ୍ରେଣୀ ବହି ଯୋଗାଇ ଦିଆଯାଇଥିଲା, ଯାହାକି ଏକ ହାସ୍ୟାସ୍ପଦ କଥା, ପରେ ଏକ ସେଛାସେବୀ ଅନୁଷ୍ଠାନ ସହାୟତାରେ ତାଙ୍କୁ ଭୁବନେଶ୍ବର ଦୃଷ୍ଟିବାଧିତ ବିଦ୍ୟାଳୟରେ ଛଡାଯାଇଥିଲା,କିନ୍ତୁ ସେଠାରେ ମଧ୍ୟ ପାଠପଢା ଅଧାରେ ରହିଯାଇଥିଲା। ସେଥିପାଇଁ ଦୁଇଜମଜ ଦୃଷ୍ଟିବାଧିତ ଦିବ୍ୟାଙ୍ଗ( ପ୍ରକାଶ ଓ ବିକାଶ) ପାଠ ପଢାକୁ ନେଇ ପରିବାର, ବିଦ୍ୟାଳୟ ଯେତିକି ସଚେତନତା ହେବାର ଆବଶ୍ୟକତା ରହିଛି, ସେତିକି ପଞ୍ଚାୟତ ଓ ଶିକ୍ଷା ବିଭାଗର ମଧ୍ୟ ଦାୟିତ୍ୱ ରହିଛି । ତେଣୁ ଏହି ଗରିବୀ ପରିବାରର ତିନ ଦୃଷ୍ଟିବାଧିତ ଦିବ୍ୟାଙ୍ଗଙ୍କୁ ଥଇଥାନ କରିବାପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Related Posts

About The Author

Add Comment