ଚଣ୍ଡିଖୋଲ, ୬/୯ (ସନ୍ଧାନ ନିୟୁଜ)-ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବାଲେଶ୍ୱର ଗ୍ରସ୍ତ ସମୟରେ ଅଚାନକ ଭାବରେ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ୫ଟି ର କାର୍ଯ୍ୟକ୍ରତା ଓ କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଞ୍ଚଳିକ ପରିବହନ ଅଧିକାରୀ ଲାଲମୋହନ ସେଠୀ, ଜୁନିୟର ଏସ.ଭି.ଆଇ ଜାକିର ଅମହଦ ସିଦ୍ଧିକ୍ ସହିତ ଆଲୋଚନା କରିଥିଲେ । କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ଓ ଗାଡ଼ି ମୋଟର କାଗଜ ପତ୍ରରେ ପ୍ରସ୍ତୁତରେ ସ୍ୱଚ୍ଛତା ଆଣିବାକୁ ପରାମର୍ଶ ଦେଇଥିଲେ । ମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ କାର୍ଯ୍ୟାଳୟ ପରିସରରେ ଲାଇସେନ୍ସ ନବୀକରଣ ଓ ନୂତନ ଲାଇସେନ୍ସ ପ୍ରାପ୍ତ ପାଇଁ ନାହିଁ ନଥିବା ଭିଡ ହୋଇଥିବା ଦେଖିବାକୁ ମିଳିଥିଲା । ଅଳ୍ପ ସମୟ କାର୍ଯ୍ୟାଳୟରେ ରହିବା ପରେ ବିଭାଗୀୟ ଅଧିକାରୀ ମାନେ ନିକଟସ୍ଥ ପୂର୍ତ ବିଭାଗ ଡାକବଙ୍ଗଳାକୁ ନେଇ ପଂକ୍ତି ଭୋଜନ ଦେବା ପରେ ମନ୍ତ୍ରୀ ଅନ୍ୟ କାର୍ଯ୍ୟକ୍ରମକୁ ଚାଲିଯାଇଥିବା ସୂଚନା ମିଳିଛି । ଏହି ଗ୍ରସ୍ତ ସମୟରେ ସ୍ଥାନୀୟ ବିଧାୟକ କିମ୍ବା ତାଙ୍କ ଦଳର କୌଣସି ପଦାଧିକାରୀ ଅନୁପସ୍ଥିତ ରହିବା ସାଧାରଣରେ ମୃଦଗୁଞ୍ଜରଣ ସୃଷ୍ଟି ହୋଇଛି ।
Report manas rout



