ନରମ ଓଠର ଗରମ ଛୁଆଁରେ
ପ୍ରୀୟାଗୋ ମାତିବା ଆସ
ମୋ ବାହୁ ବନ୍ଧନେ ହଜି ଯାଅ ଥରେ
ଦିଅ ଗୋ ସ୍ନେହ ପରଶ। (୧)
ତୁମରି ପରଶ ପାଇବା ପାଇଁକି
ଆକୁଳେ ରହିଛି ଚାହିଁ
ଆସ ଟିକେ ତୁମେ ମନର ବେଦନା
ପାରୁନାହିଁ ଆଉ ସହି। (୨)
ଅନଳ ଝାସକୁ ପାରେ ନାହିଁ ସହି
ଦେହ ସିନା ଜଳିଯାଏ
ନାହିଁ କିନ୍ତୁ ଏଠି ଲେଲିହାନ ଶିଖା
ମନ କାହିଁ ଜଳିଥାଏ। (୩)
ଦେହ ଆଉ ମନ ଅଲଗା ଭାବରେ
ଜଳୁଥାଏ ଅହରହ
ଜଣେ ଖୋଜିଥାଏ ଜଳର ପରସ
ଜଣେ ଖୋଜିଥାଏ ସ୍ନେହ। (୪)
ବାରିର ଧାରାରେ ଦେହର ତାତିକୁ
ଶୀତଳତା ମିଳିଥାଏ
ମନର ତାତିକୁ ମନ ନ ମିଳିଲେ
ଶୀତଳ କରିବ କିଏ…? (୫)


