ପରଲୋକରେ ସାହିତ୍ୟିକ ମନୋଜ ଦାସ

Spread the love

ଭୁବନେଶ୍ୱର (ସନ୍ଧାନ ନିଉଜ) ବିଖ୍ୟାତ ଗାଳ୍ପିକ, କଥାକାର ଓ ସାହିତ୍ୟ ସାଧକ ମନୋଜ ଦାସଙ୍କ ନିଧନ ହୋଇଛି। ଓଡିଶା ଏବଂ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ପୁଡୁଚେରୀର ଏକ ନର୍ସିଂ ହୋମରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।

୧୯୩୪ ମସିହାରେ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଦୀର୍ଘବର୍ଷ ଧରି ସେ ସାହିତ୍ୟ ସାଧନାରେ ବ୍ରତୀ ରହିବା ସହ ପୁଡୁଚେରୀସ୍ଥିତ ଶ୍ରୀଅରବିନ୍ଦ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟରେ ବରିଷ୍ଠ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ। ବିଶିଷ୍ଟ ସାହିତ୍ୟିକ ଭାବେ ପଦ୍ମଭୂଷଣ, ପଦ୍ମଶ୍ରୀ, ସରସ୍ୱତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଅନେକ ସମ୍ମାନ ପାଇଛନ୍ତି।

Related Posts

About The Author

Add Comment