ପରଲୋକରେ କଳାକାର ଶାନ୍ତି ସ୍ବରୂପ ମିଶ୍ର

Spread the love

ସମ୍ବଲପୁର, 25.01.2021 (ସନ୍ଧାନ ନିଉଜ୍):-  ବିଶିଷ୍ଟ ଚଳଚ୍ଚିତ୍ର କଳକାର ଶାନ୍ତି ସ୍ବରୂପଙ୍କ ଦେହାନ୍ତ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ସେ ଚିତ୍ସିକିତ ହେଉଥିଲେ। ୭୨ ବର୍ଷ ବୟସରେ ସବୁଦିନ ପାଇଁ ଆଖି ବୁଜି ଦେଲେ ଶାନ୍ତି ସ୍ବରୂପ। ପୂର୍ବରୁ ବାଥରୁମ୍‌ରେ ପଡି ଗୁରୁତର ଆହତ ହୋଇ ବୁର୍ଲା ମେଡ଼ିକାଲରେ ଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେ କୃଷ୍ଣ ସୁଦାମା , ମନ ଆକାଶ ଭଳି ଚଳଚିତ୍ରରେ ନାୟକ ଭାବେ କାମ ଅଭିନୟ କରିଥିଲେ। ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ସୂଚନଯୋଗ୍ୟ ଯେ, ୨୦୧୫ ମସିହାରେ ସମ୍ବଲପୁର ଫାଟକ ନିକଟରେ କିଛି ଅଜଣା ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ। ଅଳ୍ପକେ ବର୍ତ୍ତି ଯାଇଥିଲେ ଶାନ୍ତି ସ୍ବରୂପ। ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି ।

Related Posts

About The Author

Add Comment