ପରମାଣୁ ବୋମା ଦୀପାବଳୀ ପାଇଁ ରଖିନୁ ବୋଲି ମୋଦୀଙ୍କ ବୟାନର ଜବାବ ଦେଲେ ମେହବୁବା, ପାକିସ୍ତାନ ବି ଇଦ୍‌ ପାଇଁ ରଖିନଥିବ

Spread the love

ଶ୍ରୀନଗର, ୨୨/୪ (ସନ୍ଧାନ ନିୟୁଜ) : ଭାରତ ପରମାଣୁ ବୋମା ଦୀପାବଳୀ ପାଳନ କରିବା ପାଇଁ ରଖିନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ କହିବାର ଠିକ୍‌ ପରଦିନ  ତାହାର ଜବାବ ରଖିଛନ୍ତି ପିଡିପି ମୁଖ୍ୟ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ସୋମବାର ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଉତ୍ତର ରଖି ମେହେବୁବା ମଣମାଧ୍ୟମରେ  କହିଛନ୍ତି କି ପାକିସ୍ତାନ ବି ପରମାଣୁ ବୋମା ଇଦ୍‌ ମନାଇବାକୁ ରଖିନଥିବ।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନର ବରମେର୍‌ଠାରେ ରବିବାର ପ୍ରଧାନମନ୍ତ୍ରୀ ମୋଦୀ ଏକ ରାଲିରେ ଅଭିଭାଷଣ ଦେଇ କହିଥିଲେ କି ଆମ ପାଖରେ ଥିବା ପରମାଣୁ ବୋମାକୁ ଆମେ ଦୀପାବଳୀ ମନାଇବାକୁ ରଖିନାହୁଁ।

ସେ ଆହୁରି ବି କହିଥିଲେ କି ଧୀରେ ଧୀରେ ଭରତ ପାକିସ୍ତାନକୁ ଭୟ କରିବା ଛାଡ଼ି ଦେଲାଣି। ପାକିସ୍ତାନୀଙ୍କ ଧମକ ଆଉ ବିଶେଷ ପ୍ରଭାବ ପକାଉ ନାହିଁ। କିଛି ଦିନ ଅନ୍ତରରେ ପାକିସ୍ତାନୀ କହିଚାଲିଛନ୍ତି କି ଆମ ପାଖରେ ପରମାଣୁ ବୋମା ଅଛି। ଆମେ କ’ଣ ଆମ ପରମାଣୁ ବୋମାକୁ ଦୀପାବଳୀ ପାଇଁ ରଖିଛୁ? ବୋଲି କହିଥିଲେ ମୋଦୀ।

Related Posts

About The Author

Add Comment