ଓଡଗାଁ, ୦୩/୦୨/୨୦୧୨ (ସନ୍ଧାନ ନିଉଜ) ପରକୀୟା ପ୍ରୀତି ସନ୍ଦେହ ହେଲା କାଳ । ସ୍ତ୍ରୀର ମୁଣ୍ଡକୁ ପିଟି ପିଟି ହତ୍ୟା କଲା ସ୍ୱାମୀ । ଘଟଣାସ୍ଥଳରେ ହିଁ ଚାଲିଗଲା ସ୍ତ୍ରୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ଚେରୁଆଁବାରୀ ଗାଁରେ ।
ସୂଚନା ଅନୁସାରେ, ହତ୍ୟାକାରୀ ସ୍ୱାମୀ ଜଣକ ହେଉଛନ୍ତି ଲଳିତ କୁମାର ସାହୁ । ସେ ୫ ବର୍ଷ ତଳେ ଗଞ୍ଜାମ ଜିଲ୍ଲା କୋଦଳା ଗାଁର ଯୋଗେନ୍ଦ୍ର ସାହୁଙ୍କ ଝିଅ ମାମିନା ସାହୁଙ୍କୁ ବୈଦିକ ରୀତି ନୀତିରେ ବିବାହ କରିଥିଲେ । ଲଳିତ ଡ୍ରାଇଭର ଭାବେ ବାହାରେ ରହି କାମ କରନ୍ତି ।
ମାତ୍ର ଗତ କିଛି ଦିନ ହେଲା ସ୍ତ୍ରୀ ଉପରେ ସନ୍ଦେହ କରିଥିଲେ । ତାଙ୍କ ସ୍ତ୍ରୀ ଅନ୍ୟ ଲୋକଙ୍କ ସହ ଫୋନରେ କଥା ହେଉଥିବା ଲଳିତ ସନ୍ଦେହ କରିଥିଲେ । ମାତ୍ର ବୁଧବାର ସ୍ତ୍ରୀ ଫୋନରେ କଥା ହେଉଥିବା ଦେଖି ଲଳିତ ରାଗି ଯାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲେ ।
ଲଳିତ ଉତକ୍ଷିପ୍ତ ହୋଇ ଘରର କବାଟରେ ସ୍ତ୍ରୀର ମୁଣ୍ଡକୁ ପିଟି ଥିଲା । ପରେ ସ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟାକାରୀ ସ୍ୱାମୀ ନିଜ ଭୁଲକୁ ସ୍ୱୀକାର କରିଛି ।





