ପନିପରିବା ଦର ଅତିଷ୍ଠ ନିୟନ୍ତ୍ରଣରେ ପ୍ରଶାସନ ବିଫଳ

Spread the love

ବାରିପଦା୧୮/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ଏବେ ବାରିପଦା ସହରରେ ପନିପରିବା ଦର ଆକାଶଛୁଆଁ ହେଲାଣି । ସାଧାରଣତଃ ବର୍ଷ ଓ ଶୀତ ଦିନେରେ ପରିବା ଦରରେ ହ୍ରାସ ଘଟିଥାଏ । କିନ୍ତୁ କେଉଁ କାରଣରୁ ଏବେ ପନିପରିବା ଦରରେ ଅହେତୁକ ବୃଦ୍ଧି ପାଉଛି , ତାହା ଖାଉଟିଙ୍କ ପକ୍ଷରେ ଜାଣିବା କଷ୍ଟକର ହୋଇଛି । ଏପରିସବୁ ଜାଣି ମଧ୍ୟ ଦର ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହୋଇଥିବାରୁ ସାଧାରଣ ଖାଉଟି ଏହାକୁ ତୀବ୍ର ସମାଲଚୋନା କରୁଛନ୍ତି । ଆଜିର ବଜାରରେ ସହରରେ ସହରରେ କଞ୍ଚା କଦଳୀ ୨ଟାକୁ ୨୦ଟଙ୍କା ବିକ୍ରି ହେଉଥିବା ବେଳେ କିଲୋ ପ୍ରତି ବିଲାତି ୬୦ ଟଙ୍କା, ବଡ କାଙ୍କଡ ବା ଦେଶି କାଙ୍କଡ ୩୦୦ ଟଙ୍କା ଚାଲାଣି କାଙ୍କଡ ୮୦ ଟଙ୍କା ଦେଶି ଛତୁ ୩୦୦ ଟଙ୍କା କୁନ୍ଦୁରୀ ୪୦ ଟଙ୍କା , ପୋଟଳ ୬୦ଟଙ୍କା, କଲରା ୮୦ଟଙ୍କା ଦେଶୀ ବାଇଗଣ ୮୦ ଟଙ୍କା , ଚାଲାଣି ବାଇଗଣ ୪୦ ତଙ୍କା ଫୁଲକୋବି ଗୋଟାକୁ ୫୦ ଟଙ୍କା କ୍ୟାପସିକମ କିଲୋପ୍ରତି ୨୦୦ ଟଙ୍କା ,ନାଡୁକା କିଲୋପ୍ରତି ୮୦ ଟଙ୍କା , ଦେଶୀ କଂଚା ଲଙ୍କା କିଲୋପ୍ରତି ୨୦୦ ଟଙ୍କା ଅମୃତଭଣ୍ଡା କିଲୋପ୍ରତି ୫୦ ଟଙ୍କା ବୋଇତାଳୁ କିଲୋପ୍ରତି ୫୦ ଟଙ୍କା , ଭେଣ୍ଡି କିଲୋପ୍ରତି ୪୦ ଟଙ୍କା , ଜହ୍ନି କିଲୋପ୍ରତି ୪୦ ଟଙ୍କା , କାକୁଡି କିଲୋପ୍ରତି ୪୦ ଟଙ୍କା , ସାରୁ କିଲୋପ୍ରତି ୬୦ ଟଙ୍କା , ଗାଜର କିଲୋପ୍ରତି ୬୦ ଟଙ୍କା , ବିମ୍ସ କିଲୋପ୍ରତି ୧୫୦ ଟଙ୍କାରେ ବିକ୍ରି ହେଉଛି । ସେହିପରି କିଲୋପ୍ରତି ଆଳୁ ୨୮ ଟଙ୍କା, ପିଆଜ ୨୦ ଟଙ୍କା, ରସୁଣ ୧୦୦ ଟଙ୍କା ଓ ଅଦା ୧୨୦ ଟଙ୍କାରେ ବିକ୍ର ହେଉଥିବାରୁ ଖାଉଟି ମୁଣ୍ଡରେ ହାତ ଦେଇ ବସିଲେଣି । ଏପରି ଯେଉଁ ଗ୍ରାହକ ପରିବାର ପାଇଁ କିଲୋ ଦରରେ ପରିବା କିଣି ନେଉଥିଲେ ସେମାନେ ଏବେ ଅ୍ଣଙ୍ଘବ ଶହ ଗ୍ରାମରେ ସୀମିତ ରଖିଲେଣି । କେତେକ ସ୍ଥଳରେ ଡାଲି ଓ ଅଣ୍ଡ ଦ୍ୱାରା କାମ ଚଳାଇବାକୁ ଗୃହିଣୀଙ୍କୁ କୁହାଯାଉଛି ।
ଅପର ପକ୍ଷରେ ପଡୋଶୀ ରାଜ୍ୟରୁ କଂଚା ପନିପରିବା ଆମଦାନୀରେ ହ୍ରାସ ଘଟିବା ସହ ଲକଡାଉନ୍ ଫଳରେ ଗ୍ରାମାଂଚଳର ଚାଷୀମାନେ ସହରକୁ ସିଧାସଳଖ ପରିବା ବିକ୍ରି କରିବାକୁ ଆସି ପାରୁ ନଥିବା ବେଳେ ମଧ୍ୟସ୍ଥି ବ୍ୟାବସାୟଙ୍କ ଦ୍ୱାରା ଏହି ଦର ବୃଦ୍ଧି ଘଟୁଛି ବୋଲି କୁହାଯାଉଛି । ଏଥିସହିତ ଜିଲ୍ଲାର ସାପ୍ତାହିକ ହାଟ ଗୁଡିକ ବନ୍ଦ ହୋଇଥିବାରୁ ଖାଉଟି ହାଟ ଗୁଡିକରୁ ପନିପରିବା କିଣି ପାରୁନାହାନ୍ତି । ସେହିପରି ପନିପରିବା ଦର ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରାଶାସନ ତରଫରୁ ବିଶେଷ ଗୁରୁତ୍ୱ ଦିଆଯାଉ ନଥିବା ଖାଉଟି ଅଭିଯୋଗ କରୁଛନ୍ତି । ଏ କ୍ଷେତ୍ରରେ ଜିଲ୍ଲା କତୃପକ୍ଷ ତୁରନ୍ତ ଦୃଢ ଦାବି ହେଉଛି । ଯଦି ତୁରନ୍ତ ଦରଦାମ ନିୟନ୍ତ୍ରଣ କରା ନ ଯାଏ ତାହା ହେଲେ ଆଗାମୀ ଦିନରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବ୍ୟାଘାତର ଆଶଙ୍କାକୁ ଏଡାଇ ଦିଆନଯାଇ ନ ପାରେ ବୋଲି କୁହାଯାଇଛି । ଏଣୁ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ବାଡିଆଙ୍କ ଠାରୁ ପନିପରିବା ସଂଗ୍ରହ କରାଯାଇ ସହରରେ ସୁଲଭ ମୂଲ୍ୟରେ ଖାଉଟିଙ୍କୁ ବିକ୍ରୟ କେନ୍ଦ୍ର ଜରିଆରେ ଯୋଗାଇ ଦେବାର ବ୍ୟବସ୍ଥା ସହିତ ଓରମାସ ତରଫରୁ ଅଧିା ସଂଖ୍ୟକ ଭ୍ରାମ୍ୟମାଣ ଯାନ ଦ୍ୱାରା ପନିପରିବା ବିକ୍ରି କରାଯିବା କୁ ମଧ୍ୟ ସାଧାରଣରେ ଦୃଢ ଦାବି ହେଉଛି ।

Related Posts

About The Author

Add Comment