ପଧାନମନ୍ତ୍ରୀ ଡାକିଲେ ଜରୁରୀ ବୈଠକ , ଆନ୍ଧ୍ର ମୁଖ୍ୟ ମନ୍ତ୍ରୀ ସହ ଆଲଚନା

Spread the love

ନୂଆଦିଲ୍ଲୀ, ୦୭/୦୫ (ସନ୍ଧାନ ନିଉଜ):  ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଘଟିଥିବା ଗ୍ୟାସ୍‌ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ପ୍ରଥମେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ୮୦୦ ସହରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପିଏମ ମୋଦି  ଏନଡିଏମ୍‌ଏ  ର ଏକ ଜରୁରୀ ବୈଠକ ଡାକିଛନ୍ତି  ଏବଂ ଆନ୍ଧ୍ର ମୁଖ୍ୟ ମନ୍ତ୍ରୀ ଓ୍ୱାଇଏସ୍‌ ଜଗନ ମୋହନ ରେଡ୍ଡି ସହ ଆଲଚନା କରିଛନ୍ତି |

ବୈଠକରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍‌ ଶାହ ଏବଂ ରାଜନାଥ ସିଂହ ଉପସ୍ଥିତ ଅଛନ୍ତି । ତେବେ ବର୍ତ୍ତମାନ ଗ୍ୟାସ୍‌ ଲିକ୍‌ ଉପରେ ନିୟନ୍ତ୍ରଣ ରକ୍ଷା କରାଯାଇଛି । ଏହି  ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ବ୍ୟକ୍ତ କରିବା ସହ ପୀଡିତ ପରିବାରକୁ ସମ୍ବେଦନା ଜଣାଇଛନ୍ତି । ସେହିପରି ଉପ ରାଷ୍ଟ୍ରପତି ମଧ୍ୟ  ପୀଡିତ ପରିବାଙ୍କୁ ଶୁବ୍‌ ଶିଘ୍ର ଆରୋଗ୍ୟ  ହେବା ପାଇଁ କାମନା କରିଛନ୍ତି ।

ଏହି ଘଟଣାରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇଏସ୍‌ ଜଗନ ମୋହନ ରେଡ୍ଡି ଗ୍ୟାସ୍‌ ଲିକ୍‌ ଘଟଣାରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଜାରୀ କରିବା ସହ ନିଜେ ବିଶାଖାପାଟଣା ଗସ୍ତ କରିଛନ୍ତି । ସେଠାରେ ସେ ହସ୍ପିଟାଲରେ ଥିବା ପୀଡିତମାନଙ୍କୁ ଭେଟିବେ ।

Related Posts

About The Author

Add Comment